ମୁଖ୍ୟ ଖବର ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ Angul OnlineJuly 10, 2024July 10, 2024 ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ । ଅନୁଗୁଳ ଜିଲ୍ଲାର ଜଣେ ଥାନା ଅଧିକାରୀଙ୍କୁ ଏମିତି ଅଶ୍ଳୀଳ ଭାଷାରେ ଗାଳିର ଏକ ଅଡିଓ କ୍ଲିପିଂ ଏବେ ଭାଇରାଲ ହେବାରେ ଲାଗିଛି । ଥାନା ଅଧିକାରୀ କିଛି କହୁ ନ ଥିଲାବେଳେ ଯୁବକ ଜଣଙ୍କ ଅତି ଖରାପ ଭାଷାରେ ତାଙ୍କୁ ଗାଳିମନ୍ଦ କରୁଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ସହରର ଜଣେ ଯୁବକଙ୍କୁ ଏକ ଥାନାର ପୁଲିସ ଅଧିକାରୀମାନେ ପଚରାଉଚରା ପାଇଁ ନେଇଥିଲେ । ପରେ ତାଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଥାନା ଅଧିକାରୀଙ୍କୁ ଗାଳି କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କୁ ଥାନାରୁ ହଟାଇଦେବା ପାଇଁ ଧମକ ଦେଉଛନ୍ତି । କିଛି ନେତାଙ୍କ ନାଁ ନେଇ ଗାଳି କରିବା ସହ ତାଙ୍କୁ ଥାନାକୁ କାହିଁକି ନେଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି । ଥାନା ଅଧିକାରୀ ଜଣଙ୍କ ଅତି ଭଦ୍ର ଭାଷାରେ କଥା ହେଉଥିଲା ବେଳେ ଏହି ଯୁବକ ଜଣଙ୍କ ବିଲ୍କୁଲ ଶୁଣିବା ଅବସ୍ଥାରେ ନାହାନ୍ତି । ଏପରିକି ତାଙ୍କ ଘରକୁ ଆସି ଭୁଲ ମାଗିବାକୁ ବାଧ୍ୟ କରୁଛନ୍ତି । ନ ହେଲେ ପରେ ପିଟିବେ, ମାରିବେ ,ଚାକିରି ଖାଇଦେବେ ବୋଲି ଧମକାଉଛନ୍ତି । ଯୁବକଜଣଙ୍କ ଏମିତି ଗାଳି କରୁଥିବା ଅଡିଓ ଏବେ ଭାଇରାଲ ହେଉଥିଲା ବେଳେ ଏନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି । Advertisement
ଟ୍ରେନରେ କଟି ବୃଦ୍ଧା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ…
ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଠାରେ ଫାଶରୁ ମୁକୁଳାଇ ରଖା ଯାଇଥିବା କଲରାପତରିଆ ବାଘର ଆଜି ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ…
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…