ମୁଖ୍ୟ ଖବର ଗାଡି ଧକ୍କାରେ ନାବାଳକ ମୃତ – ଦୁଇ ଜେସିବି ମେସିନ ପୋଡିଲେ ଉତ୍ତ୍ୟକ୍ତ ଲୋକ Angul OnlineSeptember 24, 2021September 24, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ରାସ୍ତା କାର୍ଯ୍ୟ ଚଲୁଥିବା ବେଳେ ହାଇଓ୍ବା ଟ୍ରକ ମାଟି ପକାଉଥିବା ବେଳେ ଚାପି ହୋଇ ଜଣେ ନାବାଳକଙ୍କର ମୃତ ହୋଇଥିଲା । ଆଉ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେବା ସହ ଉତ୍ୟକ୍ତ ଲୋକ ଦୁଇଟି ଜେସିବି ମେସିନ ପୋଡି ଦେଇଥିବା ଜଣା ପଡିଛି । ସୂଚନା ଅନୁସାରେ କାଳିଆକଟା ଗାଁରେ ରାସ୍ତା କାମ ଚାଲିଥିବା ବେଳେ ସେହି ଗ୍ରାମର ୧୫ ବର୍ଷୀୟ ବାଳକ ସୁଜିତ ପ୍ରଧାନ ଛିଡା ହୋଇ କାମ ଦେଖୁଥିଲେ । ସେହି ସମୟରେ ଏକ ହାଇୱା ଟ୍ରକ ରାସ୍ତା ଉପରେ ଗାଡି ପଛକୁ ନେଇ ମାଟି ପକାଇଥିଲା । ଆଉ ସେହି ମାଟି ଭିତରେ ସୁଜିତ ଚାପି ହୋଇ ଯାଇଥିଲା ଏବଂ ସୁଜିତଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଆସି ମାଟିରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ । ଆଉ ସୁଜିତର ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେବା ସହିତ ଉତ୍ୟକ୍ତ ଲୋକେ କାର୍ଯ୍ୟ କରୁଥିବା ଦୁଇଟ ଜେସିବି ମେସିନକୁ ପୋଡି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିଲା । ଖବର ପାଇ ଅନୁଗୁଳ ଉପ-ଜିଲାପାଳ ବାସୁଦେବ ଶତପଥୀ ,ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ,ଅନୁଗୁଳ ଏସଡିପିଓ ଭବାନିଶଙ୍କର ଉଦଗାତା ଓ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସହିତ ସ୍ଥାନୀୟ ଶିଳ୍ପାଞ୍ଚଳରେ ଜଣକୁ ନିଯୁକ୍ତି ଦେବା ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏ ନେଇ ନିଶା ଶିଳ୍ପାଞ୍ଚଳ ଥାନା କେସ ନଂ ୨୦୬ ଦଫା ୩୦୪ (ଏ)ରେ ମାମଲା ରୁଜୁ କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରା ଯାଉଛି ବୋଲି ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ପ୍ରକାଶ କରିଛନ୍ତି । Advertisement
ଖେଳୁଥିବା ବେଳେ ଟଳି ପଡିଲେ ଯୁବକ ତାଳଚେର – ଖେଳୁଥିବା ବେଳେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ତାଳଚେର TTPS ଠାରେ…
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା…