ମୁଖ୍ୟ ଖବର ପୁଲିସ ସ୍ତରରେ ଅଦଳବଦଳ Angul OnlineSeptember 24, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି । ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ ଥିବା ୩୯ ଜଣ ଏଏସଆଇଙ୍କୁ ବିଭିନ୍ନ ଥାନାରେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ଅନୁଗୁଳ ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଠାକୁରଗଡ ଥାନାରେ କାର୍ଯ୍ୟରତ ଏସଆଇ ସୁରେଶ ବେହେରାଙ୍କୁ ଟାପଢୋଲ ଫାଣ୍ଡିକୁ ବଦଳି କରା ଯାଇଥିବା ବେଳେ କଣିହାଁ ଥାନାରୁ ତ୍ରିଲୋଚନ ଖଟୁଆଙ୍କୁ ଡେରେଙ୍ଗ ଫାଣ୍ଡିକୁ ବଦଳି କରା ଯାଇଛି । ସେହିଭଳି ବଅଁରପାଳ ଥାନାରୁ ରିତାରାଣୀ ପ୍ରଧାନଙ୍କୁ ତାଳଚେର ଥାନା , ନାଲକୋ ଥାନାର ଏସଆଇ ଅମୁନସେନ କିରୋଙ୍କୁ ତାଳଚେର ଥାନା , ତାଳଚେର ଥାନାର ଏସଆଇ ଅର୍ଚ୍ଚନା ନାୟକଙ୍କୁ କଣିହାଁ ଥାନା , କୋଳିୟାରି ଥାନାର ଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ପାଲଲହଡା ଥାନା , କଣିହାଁ ଥାନାର ଏସଆଇ ସ୍ମିତାଞ୍ଜଳି ପ୍ରଧାନଙ୍କୁ ବଅଁରପାଳ ଥାନା , ତାଳଚେର ଥାନାର ଏସଆଇ ମନସା କୁମାର ମହାକୁଳଙ୍କୁ ନାଲକୋ ଥାନାକୁ ବଦଳି ହୋଇଛି । ଏହା ସହ ଠାକୁରଗଡ ଥାନାର ଏଏସଆଇ ସରୋଜିନୀ ବାଘଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା , ଅନୁଗୁଳ ଥାନାର ଏଏସଆଇ ଜିତେନ୍ଦ୍ରନାଥ ସିଂହଙ୍କୁ ସମଲ ଥାନା , କିଆକଟା ଥାନାର ଏଏସଆଇ ସଞ୍ଜୟ ବେହେରାଙ୍କୁ ପାଲଲହଡା ଥାନା , ପାଲଲହଡା ଥାନାର ଏଏସଆଇ ପ୍ରଦୀପ ପଟନାୟକଙ୍କୁ ଅନୁଗୁଳ ଥାନା , ଡେରେଙ୍ଗ ଫାଣ୍ଡିର ଏଏସଆଇ ମୀନକେତନ ପ୍ରଧାନଙ୍କୁ କୋଲିୟାରି ଥାନା , ଅନୁଗୁଳ ମେଡିକାଲ ଫାଣ୍ଡିର ଏଏସଆଇ ଜୟ ଚନ୍ଦ୍ର ସାହୁଙ୍କୁ ଅନୁଗୁଳ ସଦର ଥାନା ଓ ଅନୁଗୁଳ ଥାନାର ଏଏସଆଇ ଗୋବିନ୍ଦ ରାଉଳଙ୍କୁ ଅନୁଗୁଳ ମେଡିକାଲ ଫାଣ୍ଡିକୁ ବଦଳି କରା ଯାଇଛି । Advertisement
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…
ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ…
ଶାସକ ଦଳର କର୍ମୀଙ୍କୁ ଦାୟୀ କରି ଆତ୍ମହତ୍ୟା କରିଦେଲେ ଯୁବ ବ୍ୟବସାୟୀ ଅନୁଗୋଳ – ବିଜେପି କର୍ମୀ ମାନେ ଚାପ ପକାଇ ଦୋକାନ ଉଠାଇ ଦେଲେ । ଏକମାତ୍ର ରୋଜଗାର ପନ୍ଥା ବନ୍ଦ ହୋଇଗଲା । ପରିବାର ଚଳାଇବା କଷ୍ଟ…