ଅନୁଗୁଳ – ଗତ ୬ ତାରିଖ ଠାରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଗ୍ରାମରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଗଣ ଧାରଣାରେ ବସିଛନ୍ତି । ଏହି ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କିଛି ଦିନ ପୂର୍ବେ ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତିଙ୍କୁ ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।

ଗତକାଲି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ପୂର୍ବତନ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଧାରଣାରେ ବସିଥିବା ଗ୍ରାମ ବାସିନ୍ଦା ମାନଙ୍କୁ ଭେଟିଥିଲେ । ସେଠାରେ ଲୋକ ମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ଗୁରୁତ୍ୱ ରହିଥିବା ହୃଦୟଙ୍ଗମ କରିଥିଲେ । ଏଥିପାଇଁ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲୋକ ମାନଙ୍କ ହିତ ପାଇଁ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରିଵାକୁ ଆଲୋଚନା କରିଥିଲେ । ସେପଟେ ଘଟଣାକୁ ଗୁରୁତର ସହ ନେଇ ଯଥା ଶୀଘ୍ର ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ବିପ୍ଳବ ଜେନା ମଧ୍ୟ ଉପସ୍ଥିତ ଥିଲେ।
ଏହା ସହିତ ବରପଦା ଗ୍ରାମ ପଞ୍ଚାୟତର ନାଣ୍ଡିଛୋଡ ଗ୍ରାମର ମା ଭଉଣୀ ଓ ଯୁବକ ମାନେ ନାଲକୋରେ ନିଯୁକ୍ତି ସମ୍ବନ୍ଧୀୟ ବିଭିହ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ପୁଲିସ ପ୍ରଶାସନ ସେଠାରେ ପହଞ୍ଚି ସମସ୍ୟାର ସମାଧାନ ନ କରି ସେଠାରୁ ସେମାନଙ୍କୁ ଆରେଷ୍ଟ କରିଥିବା ଖବର ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଯଥାଶୀଘ୍ର ଜେଲ୍ ରୁ ବାହାରକୁକିପରି ଆସିବେ ଓ ତାଙ୍କ ସମସ୍ୟାକୁ କିପରି ଭାବରେ ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

