ସମସ୍ୟା ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା Angul OnlineApril 29, 2022April 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ମେଡିକାଲ କଲେଜ କୋଠା ନିର୍ମାଣ କାମ ଦୀର୍ଘ ଦିନ ହେଲା ସରିଲାଣି । ହେଲେ ଆଜି ଯାଏଁ ନାମଲେଖା ଆରମ୍ଭ ହୋଇ ପାରୁନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଆଉ ଚଳିତ ବର୍ଷ ନାମଲେଖା ଏବଂ ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି(ଶୁକ୍ରବାର) ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇପଡ଼ିଛି । ଏହାକୁ ଚଳାଇବା ପାଇଁ ସରକାର ଓ MCL ମଧ୍ୟରେ ତାଳମେଳ ଅଭାବରୁ ଅନୁଗୁଳ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହାକୁ ତାଳଚେର ନେହେରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବାକୁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ । ଏଠାରେ ୧୦୦ଟି ଆସନ ବିଶିଷ୍ଟ MBBS ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ମାତ୍ର ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ କି ନାମଲେଖା ହେଲା ନାହିଁ । ଏହାକୁ ବିରୋଧ କରି ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ତୁରନ୍ତ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ କରାଯିବା ସହ ସରକାର ଏହାକୁ ପରିଚାଳନା କରିବାକୁ ଦାବି କରାଯାଇଛି । Advertisement
କୋଇଲା ପରିବହନ ତାତି, ପ୍ରଶାସନକୁ ଦାୟୀକରି ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥମିବାର ନାଁ ଧରୁନି କୋଇଲା ପରିବହନର ତାତି । ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଏବେ…
ଆର.ଟି.ଓ ନିଯୁକ୍ତି ଦାବୀ ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ…
ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଦିଘି ଗ୍ରାମ ଦେଇ ଯାଉଥିବା ଫ୍ଲାଏ ଓଭର ବ୍ରିଜକୁ ବେନିୟମ ଭାବେ ନିର୍ମାଣ କରାଯାଉଛି । ରାଜ୍ୟ…