ଅପରାଧ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ଦେଉଳବେଡ଼ା କଲୋନୀର ଜିତେନ୍ଦ୍ର ସାମଲ । ତାଙ୍କ ନିକଟରୁ ୪୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ , ମଙ୍ଗଳବାର ସନ୍ଧ୍ୟାରେ କୋଲିୟରୀ ଥାନାର ଏସଆଇ ବିକାଶ ଗିରି ଏକ ବିଶ୍ଵସ୍ତ ସୁତ୍ରରୁ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ନେଇ ଖବର ପାଇଥିଲେ । ଏହାପରେ ସେ ସଦଳବଳ ନେଇ ଦେଉଳବେଢା କଲୋନି ନିକଟରେ ଥିବା ବାଦୀ ପଡିଆରେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ଜିତେନ୍ଦ୍ର ବ୍ୟବସାୟ ପାଇଁ ବ୍ରାଉନ ସୁଗାର ରଖିଥିବା ଜଣା ପଡିଥିଲା । ତାକୁ ଯାଞ୍ଚ ବେଳେ ତା ନିକଟରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ଏହି ଘଟଣାରେ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ପୁଲିସ ଗୁରୁବାର କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ…
ଲୁହା ରଡ ସହ ଗାଡି ଚୋରି ଘଟଣା – ୨ ଗାଡି ଜବତ, ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ ଯାଉଥିବା ଏକ ଟ୍ରକ କୁ ପୁଲିସ ଜବତ କରିଛି…