ଅପରାଧ କ୍ରେଡ଼ିଟ୍ କାର୍ଡ଼ ଆକ୍ଟିଭ କରିବା ଆଳରେ ଟଙ୍କା ଲୁଟ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଆକ୍ଟିଭ କରିବା ଆଳ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୯୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସୂଚନା ଅନୁସାରେ , ମହିଧରପୁର ଅଞ୍ଚଳର ଜୈନିକ ଯୁବକଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ କ୍ରେଡିଟ୍ କାର୍ଡ ରହିଥିବା ବେଳେ ସେ କିନ୍ତୁ ଆଜିଯାଏ ତାକୁ ଆକ୍ଟିଭ କରିନଥିଲେ । ତେବେ ତାଙ୍କୁ ଅଜଣା ନମ୍ବରରୁ କାଳ ଆସିବା ସହ ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିଲା । ଏବଂ ତାଙ୍କ ଆକ୍ଟିଭ ହୋଇ ନଥିବା କ୍ରେଡିଡ କାର୍ଡକୁ ଆକ୍ଟିଭ କରିବା ପାଇଁ ପ୍ରବର୍ତ୍ତାଇଥିଲା । ତେବେ ଆଗନ୍ତୁକ ଜଣଙ୍କୁ ବ୍ଯାଙ୍କ କର୍ମଚାରୀ ଭାବି ସେ ମୋବାଇଲକୁ ଯାଇଥିବା ଓଟିପି ଦେଇ ଦେଇଥିଲେ । ଏହା ପରେ ଯୁବକଙ୍କ କ୍ରେଡିଟ୍ କାର୍ଡରୁ ୩ ଟି ପର୍ଯ୍ୟାୟରେ ୯୯ ହଜାର ଟଙ୍କା କାଟି ଯାଇଥିଲା । କାର୍ଡ଼ରୁ ଟଙ୍କା କଟିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି ଯୁବକ ଜଣଙ୍କ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି । Advertisement
ଜନ୍ମଦିନ କେକ କଟାକୁ ଡାକିଲେ ନାହିଁ ବୋଲି ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଅନୁଗୁଳ – ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଅମଲାପଡା ଛଳ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଦିନ ପ୍ରାୟ…
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…