ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଛକ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ସହ ୭ ଜଣକୁ ତାଳଚେର ପୁଲିସ ଗିରଫ କରିଛି । ବ୍ରାଉନସୁଗାର ବେପାର କରିବାକୁ କାରରେ ଆଣୁଥିବା ବେଳେ ସନ୍ଥପଡା ଛକ ଠାରେ ତାଳଚେର ପୁଲିସ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ , ଆଜି(ରବିବାର) ଏକ କାର ଯୋଗେ କିଛି ଯୁବକ ବାଲେଶ୍ୱର ଅଞ୍ଚଳରୁ ବିକ୍ରି ଉଦ୍ଦେଶ୍ୟରେ ବ୍ରାଉନସୁଗାର ନେଇ ତାଳଚେର ଆସୁଥିବା ବେଳେ ପୁଲିସ ଖବର ପାଇ କାରଟିକୁ ତାଳଚେର ସନ୍ଥପଡା ଛକରେ ନାକାବନ୍ଦୀ କରି ଯାଞ୍ଚ କରିଥିଲା । କାର ଭିତରେ ଜଣେ ମହିଳାଙ୍କ ସମେତ ଚାରି ଜଣ ଅଭିଯୁକ୍ତଙ୍କୁ ଯାଞ୍ଚ କରି ତାଙ୍କ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ସହ ୧୩ ହଜାର ଟଙ୍କା ଓ ୬ଟି ମୋବାଇଲ ଫୋନକୁ ଜବତ କରା ଯାଇଥିଲା । ସେମାନେ ଏହି ବ୍ରାଉନସୁଗାର ତାଳଚେର ଅଞ୍ଚଳରେ ବିକ୍ରି କରିଥାନ୍ତେ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ଏହି ଘଟଣାରେ କାରରେ ଥିବା ୫ ଜଣା ବ୍ୟତୀତ ବ୍ୟବସାୟ ପାଇଁ ଡିଲ କରିଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ତାଳଚେର ଅଞ୍ଚଳର ହୋଇଥିବା ଜଣାପଡିଛି ।