ଅପରାଧ ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ Angul OnlineJune 20, 2024June 20, 2024 ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ ଏକ ୧୦ ଚକିଆ ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ କଟକ ଚୋରା ଚାଲାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା । ଏଥିପାଇଁ ବନ ବିଭାଗ ଅନୁଗୁଳ ଠାରେ ଛକି ରହିଥିବା ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କଲା ବେଳେ ରହି ନଥିଲା । ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ଅନୁସାରେ ରେଞ୍ଜର ହରମୋହନ ନାୟକ ସଦଳବଳେ ତାକୁ ଜାତୀୟ ରାଜପଥରେ ନାଲକୋ ପର୍ଯ୍ୟନ୍ତ ଗୋଡ଼ାଇବା ପରେ ଅଟକାଇବାକୁ ସଫଳ ହୋଇଥିଲା । ଜାଞ୍ଚ ବେଳେ ଟ୍ରକରେ ଫୁଲ ଲୋଡ଼ ହୋଇ କେନ୍ଦୁପତ୍ର ଯାଉଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ଗାଡିର ଚାଳକ ଓ ଖଳାସୀକୁ ଧରିବାକୁ ଚେଷ୍ଟା କରିବା ବେଳେ ଉଭୟ ଫେରାର ହୋଇ ଯାଇଥିବା ବେଳେ କେନ୍ଦୁପତ୍ର ବୋଝେଇ ଟ୍ରକକୁ ଜବତ କରିଛି । ଟ୍ରକରୁ ୫୭.୫୨ କ୍ୟୁଇଣ୍ଟାଲ କେନ୍ଦୁପତ୍ର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଲା ଗାଡିରୁ ଅନେକ ନକଲି ନମ୍ବର ପ୍ଲେଟ ମିଳିଛି । ନକଲି ନମ୍ବର ପ୍ଲେଟ ବଦଳାଇ ବନ ବିଭାଗ ଓ ପୁଲିସକୁ ଚକମା ଦେଇ ଅନେକ ଦିନ ହେଲା ଏହି ଚୋରା ବେପାରୀ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି । Advertisement
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…
ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ଜଣେ ଯୁବକଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା…
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…