ଅପରାଧ ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ Angul OnlineAugust 30, 2022August 30, 2022 ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ସାନକଞ୍ଜଣୀ ଗାଁର ବ୍ରାହ୍ମଣୀ ନାଏକ ନାମକ ଜଣେ ବିଧବାଙ୍କ ଘର ବାହାରୁ ତାଲା ପକାଇ ବାହାରେ ଥିବା ଛେଳି କୋଠିରୁ ଗୋଟେ ଛେଳି ଚୋରି ହୋଇଥିଲା । ତେବେ ଛେଳି ବୋବାଇବା ଶବ୍ଦ ଶୁଣି ବ୍ରାହ୍ମଣୀ ଉଠି ପାଟି କରିଥିଲେ । ତେବେ ବାହାରୁ କବାଟ ଦିଆଯାଇଥିବାରୁ ସେ ବାହାରକୁ ବାହାରି ପାରିନଥିଲେ । ପରେ ଗାଁ ଲୋକ କବାଟ ଖୋଲିବା ସହ ଛେଳି ଚୋରାକୁ ଖୋଜାଖୋଜି କରିଥିଲେ । ହେଲେ ଛେଳି ନ ମିଳିବାରୁ ବ୍ରାହ୍ମଣୀ ଅନୁଗୁଳ ସଦର ଥାନାରେ ଥାନାରେ ଲିଖୁତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ କୁମୁରୁସିଂହା ଗାଁର ସୁଦାମ ନାଏକ , ସାନକଞ୍ଜଣୀ ଗାଁର ପ୍ରଶାନ୍ତ ନାଏକ ଓ ଶ୍ରୀକାନ୍ତ ନାଏକ ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କରିଲା ପୁଲିସ – ଡକାୟତ ଗ୍ୟାଙ୍ଗ ଗିରଫ , ୪ଟି ଦେଶୀ ପିସ୍ତଲ ଜବତ ଅନୁଗୁଳ – ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାକୁ ପୁଲିସ ଜିରୋ ଟୋଲେରାନ୍ସ ମୁଡ ଆଭିମୁଖ୍ୟ ରେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।…
ବଜାର ଭିତରୁ ଡିକି ଭାଙ୍ଗି ନେଇଗଲେ ଏକ ଲକ୍ଷ ଟଙ୍କା (ଭିଡିଓ) ତାଳଚେର – ପୁଣି ମାତିଲେ ଡିକି ଲୁଟେରା । ଜନ ଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି…
ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ…