ଅପରାଧ ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି Angul OnlineDecember 4, 2022December 4, 2022 କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା ମିଳିଛି । ଦୁଇ ଜଣଙ୍କ ଠାରୁ ଏସ ଟି ଏଫ ପ୍ରାୟ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କୋଶଳା ଗାଁର ବଂଶୀଧର ସାହୁଙ୍କ ଜୁମେଶ କୁମାର ସାହୁ ଓ ଆଠଗଡ ବଡ଼ଭୁଇଁର ଶରତ ପ୍ରଧାନଙ୍କ ପୁଅ ହେମନ୍ତ ପ୍ରଧାନ ଅଂଶୁପା ହ୍ରଦ ପାଖରେ ରହି ବ୍ରାଉନସୁଗାର କାରବାର କରୁଥିଲେ । ଏହି ଖବର ଏସ ଟି ଏଫ କୌଣସି ବିଶ୍ୱସ୍ତ ଖବର ପାଇ ଚଢ଼ାଉ କରିଥିଲେ । ସଦଲବଳେ ଚଢ଼ାଉ କରି ଉଭୟଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବାଉନସୁଗାର ଜବତ କରିଥିଲେ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ତେବେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ବେଳେ ପୁଲିସ ଓ ଅବକାରୀ ବିଭାଗକୁ କିଛିକାଂଶରେ ସଫଳତା ମିଳିଛି । ତେବେ ଆଜି ଏସ ଟି ଏଫ ଏହି ବ୍ରାଉନସୁଗାର କାରବାରରେ କୋଶଳା ଗାଁର ଜୁମେଶ ଓ ତାର ସହଯୋଗୀ ପାଖରୁ ଏତେ ପରିମାଣର ବ୍ରାଉନସୁଗାର ଜବତ ପରେ ତାର ସମ୍ପୃକ୍ତି ଅନୁଗୁଳ ଜିଲ୍ଲାରେ ନିହାତି ରହିଛି ବୋଲି ଅନୁମାନ କରାଯାଉଛି । ମୁଖ୍ୟତଃ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳର ଯୁବପିଢି ଏହି ବ୍ରାଉନସୁଗାର କବଜାରେ ପଡିଲେଣି । କୋଶଳା ଗାଁରୁ ତାଳଚେର ଖୁବ ନିକଟତର ହୋଇଥିବା ବେଳେ ନିଛାଟିଆ ରାସ୍ତା ରହିଛି । ଏହା ସହ ଅନୁଗୁଳ ସହର ଓ ନାଲକୋ ଅଞ୍ଚଳରେ ମଧ୍ୟ ବ୍ରାଉନସୁଗାର କାରବାର ସକ୍ରିୟ ରହିଥିବା ବେଳେ ଜୁମେଶର ଏହି କାରବାର ସମ୍ପୃକ୍ତି ରହିଥିବ ବୋଲି ଅନୁମାନ କରାଯାଉଛି । Advertisement
ଶୈଳଶ୍ରୀକ୍ଷେତ୍ର ଠାକୁରଙ୍କ ମଥାରୁ ଚିତା ଚୋରି କରିନେଲେ ଚୋର ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଜଣେ ବ୍ୟାଙ୍କ ପରିଚାଳକଙ୍କଠାରୁ ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା । ଟଙ୍କା ଦେଣ ନେଣରେ ଦକ୍ଷତା ଥିବା ବ୍ୟାଙ୍କ ପରିଚାଳକ…