ଅପରାଧ ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି Angul OnlineDecember 4, 2022December 4, 2022 କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା ମିଳିଛି । ଦୁଇ ଜଣଙ୍କ ଠାରୁ ଏସ ଟି ଏଫ ପ୍ରାୟ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କୋଶଳା ଗାଁର ବଂଶୀଧର ସାହୁଙ୍କ ଜୁମେଶ କୁମାର ସାହୁ ଓ ଆଠଗଡ ବଡ଼ଭୁଇଁର ଶରତ ପ୍ରଧାନଙ୍କ ପୁଅ ହେମନ୍ତ ପ୍ରଧାନ ଅଂଶୁପା ହ୍ରଦ ପାଖରେ ରହି ବ୍ରାଉନସୁଗାର କାରବାର କରୁଥିଲେ । ଏହି ଖବର ଏସ ଟି ଏଫ କୌଣସି ବିଶ୍ୱସ୍ତ ଖବର ପାଇ ଚଢ଼ାଉ କରିଥିଲେ । ସଦଲବଳେ ଚଢ଼ାଉ କରି ଉଭୟଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବାଉନସୁଗାର ଜବତ କରିଥିଲେ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ତେବେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ବେଳେ ପୁଲିସ ଓ ଅବକାରୀ ବିଭାଗକୁ କିଛିକାଂଶରେ ସଫଳତା ମିଳିଛି । ତେବେ ଆଜି ଏସ ଟି ଏଫ ଏହି ବ୍ରାଉନସୁଗାର କାରବାରରେ କୋଶଳା ଗାଁର ଜୁମେଶ ଓ ତାର ସହଯୋଗୀ ପାଖରୁ ଏତେ ପରିମାଣର ବ୍ରାଉନସୁଗାର ଜବତ ପରେ ତାର ସମ୍ପୃକ୍ତି ଅନୁଗୁଳ ଜିଲ୍ଲାରେ ନିହାତି ରହିଛି ବୋଲି ଅନୁମାନ କରାଯାଉଛି । ମୁଖ୍ୟତଃ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳର ଯୁବପିଢି ଏହି ବ୍ରାଉନସୁଗାର କବଜାରେ ପଡିଲେଣି । କୋଶଳା ଗାଁରୁ ତାଳଚେର ଖୁବ ନିକଟତର ହୋଇଥିବା ବେଳେ ନିଛାଟିଆ ରାସ୍ତା ରହିଛି । ଏହା ସହ ଅନୁଗୁଳ ସହର ଓ ନାଲକୋ ଅଞ୍ଚଳରେ ମଧ୍ୟ ବ୍ରାଉନସୁଗାର କାରବାର ସକ୍ରିୟ ରହିଥିବା ବେଳେ ଜୁମେଶର ଏହି କାରବାର ସମ୍ପୃକ୍ତି ରହିଥିବ ବୋଲି ଅନୁମାନ କରାଯାଉଛି । Advertisement
ଟଙ୍କା ଡବଲ ହେବ କହି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା – ପାଞ୍ଚ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ଆଜିର ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସକୁ ନାକେଦମ କରୁଥିବା ସାଇବର ଠକ…
ବାଡ଼ିରେ ହେଉଥିଲା ଅଫିମ ଚାଷ – ଚଢ଼ାଉ କରି ବିପୁଳ ଅଫିମ ଜବତ କଲା ପୁଲିସ ଅନୁଗୁଳ – ଅଫିମ ଚାଷ ଉପରେ ପୋଲିସର ଚଢାଉ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ଜଗନ୍ନାଥପୂର ପଞ୍ଚାୟତ ଟାକରସିଂହା ଗ୍ରାମରେ ଜିଲ୍ଲା ପୁଲିସ ପକ୍ଷରୁ…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…