ମୁଖ୍ୟ ଖବର ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି Angul OnlineOctober 25, 2022October 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଜରୁରିକାଳୀନ ସେବାରେ ଯାଉଥିବା ଏକ ଦମକଳ ଗାଡିକୁ ଅଟକାଇ ଦୀର୍ଘ ସମୟ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଫାଟକ ସମ୍ମୁଖରେ ରାତି ପ୍ରାୟ ୮ ଟା ରେ ଅନୁଗୁଳରୁ କଲିକତା ଯାଉଥିବା ଡଲଫିନ ନାମକ ଯାତ୍ରୀବାହୀ ବସ ଅନ୍ୟ ଏକ ଗାଡିକୁ ଓଭରଟେକ କରି ଯାଉଥିବା ବେଳେ ବୁଢାପଙ୍କ ଗେଟ ନିକଟରେ ଦମକଳ ବାହିନୀ ଗାଡି ବୁଲାଇବା ସମୟରେ ଦୁଇ ଗାଡି ସାମ୍ନା ସାମ୍ନି ହେଇ ଯାଇଥିଲେ । ତେବେ ଏହା ପରେ ବସ ଡ୍ରାଇଭର ଆଉ ଗାଡିକୁ ସାଇଡ ନକରି ଛିଡା କରି ଦେଇଥିଲେ । ଯାହା ଫଳରେ ଦମକଳ ଗାଡିଟି ଯାଇ ପାରି ନଥିଲା । ଏହାକୁ ନେଇ ବସ ଡ୍ରାଇଭର ଓ ଦମକଳ ବାହିନୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପ୍ରାୟ ୧୫ ମିନିଟରୁ ଊର୍ଦ୍ଧ୍ଵ ସମୟ ଏଭଳି ଯୁକ୍ତିତର୍କ ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବସ ସାଇଡ ଦେଇଥିଲା । ତେବେ ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କ ଦବଙ୍ଗଗିରି ଯୋଗୁଁ ଜରୁରିକାଳୀନ ସେବାରେ ନିୟୋଜିତ ଦମକଳ ବାହିନୀକୁ ଦହଗଞ୍ଜ ହେବାକୁ ପଡିଛି । Advertisement
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…