ମୁଖ୍ୟ ଖବର ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି Angul OnlineOctober 25, 2022October 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଜରୁରିକାଳୀନ ସେବାରେ ଯାଉଥିବା ଏକ ଦମକଳ ଗାଡିକୁ ଅଟକାଇ ଦୀର୍ଘ ସମୟ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଫାଟକ ସମ୍ମୁଖରେ ରାତି ପ୍ରାୟ ୮ ଟା ରେ ଅନୁଗୁଳରୁ କଲିକତା ଯାଉଥିବା ଡଲଫିନ ନାମକ ଯାତ୍ରୀବାହୀ ବସ ଅନ୍ୟ ଏକ ଗାଡିକୁ ଓଭରଟେକ କରି ଯାଉଥିବା ବେଳେ ବୁଢାପଙ୍କ ଗେଟ ନିକଟରେ ଦମକଳ ବାହିନୀ ଗାଡି ବୁଲାଇବା ସମୟରେ ଦୁଇ ଗାଡି ସାମ୍ନା ସାମ୍ନି ହେଇ ଯାଇଥିଲେ । ତେବେ ଏହା ପରେ ବସ ଡ୍ରାଇଭର ଆଉ ଗାଡିକୁ ସାଇଡ ନକରି ଛିଡା କରି ଦେଇଥିଲେ । ଯାହା ଫଳରେ ଦମକଳ ଗାଡିଟି ଯାଇ ପାରି ନଥିଲା । ଏହାକୁ ନେଇ ବସ ଡ୍ରାଇଭର ଓ ଦମକଳ ବାହିନୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପ୍ରାୟ ୧୫ ମିନିଟରୁ ଊର୍ଦ୍ଧ୍ଵ ସମୟ ଏଭଳି ଯୁକ୍ତିତର୍କ ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବସ ସାଇଡ ଦେଇଥିଲା । ତେବେ ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କ ଦବଙ୍ଗଗିରି ଯୋଗୁଁ ଜରୁରିକାଳୀନ ସେବାରେ ନିୟୋଜିତ ଦମକଳ ବାହିନୀକୁ ଦହଗଞ୍ଜ ହେବାକୁ ପଡିଛି । Advertisement
ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର…
ଗଞ୍ଜେଇ ଭର୍ତ୍ତି କାର ଜବତ – ଜଣେ ଗିରଫ ଆଠମଲ୍ଲିକ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଠମଲ୍ଲିକ ଅବକାରୀ ବିଭାଗ ଚଢାଉ କରି ଏକ ଇଣ୍ଡିଗୋ କାର ସହିତ…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…