ମୁଖ୍ୟ ଖବର ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା Angul OnlineOctober 25, 2022October 25, 2022 ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ ହଠାତ ଟଳି ପଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ଟାଉନ ଉଦୟପୁର ଅଞ୍ଚଳରେ । ସୂଚନା ଅନୁସାରେ ଡଲି ନାୟକ ନାମକ ଜଣେ ମଧ୍ୟ ବୟସ୍କା ବିବାହିତା ମହିଳା ଆଜି ଦିନ ଏଗାରଟା ବେଳେ ପାଲଲହଡା ଟାଉନ ଉଦୟପୁର ସ୍ଥିତ ଭଉଣୀ ଘରକୁ ନିଜ ଆଠ ବର୍ଷର ପୁଅ ସହିତ ଆସିଥିଲେ । ତାଙ୍କ ଆଠ ବର୍ଷର ପୁଅକୁ ଘରେ ଛାଡି ଦେଇ ଘରଠାରୁ ମାତ୍ର ପଚାଶ ମିଟର ଦୁର ରାସ୍ତା କଡ ଖୋଲା ପଡିଆରେ ବସି ମୋବାଇଲରେ କଥା ହେଉଥିବା ବେଳେ ସେହି ସ୍ଥାନରେ ଖସି ପଡିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ମହିଳା ଜଣଙ୍କ ପଡିଥିବା ଦେଖି ପାଖ ପଡିଶା ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ତୁରନ୍ତ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯିଅଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମରୁତ ଘୋଷଣା କରିଥିଲେ । ଖବରପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଲାଇଛି । ପ୍ରାରମ୍ଭିକ ତଦନ୍ତରୁ ହୃଦଘାତ ଜନିତ ମୃତ୍ୟୁ ବୋଲି ପୁଲିସ ସନ୍ଦେହ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି । ମୃତ ଡଲି ନାୟକ ପିତା ପହଲା ନାୟକ ଘର ପାଳଲହଡା ବ୍ଲକ ଜୋକପାଣି ଅଞ୍ଚଳର ହୋଇଥିବା ବେଳେ ସେ ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ର ଟାଇସିରା ଗାଁରେ ବିବାହ କରିଥିଲେ । ତାଙ୍କ ପାଖରେ ଆଠ ବର୍ଷର ପୁଅ ରହିଛି । ତେବେ କିଛି ବର୍ଷ ହେଲା ଡଲି ନାୟକ ତାଙ୍କ ଭଉଣୀ ପାଖରେ ରହି ଆସୁଥିବା ଜଣା ପଡିଛି । Advertisement
ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ…
ମୁଖ୍ୟ ଚିକିତ୍ସାଳୟ ୩ ମହଲା କୋଠା ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ – ଉଦ୍ଧାର କଳା ଅଗ୍ନିଶମ ବିଭାଗ(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଗ୍ନିଶମ ବିଭଗ ଓ ଡାକ୍ତରଖାନା…
ଦୁଇ ଦୁର୍ନୀତିଗ୍ରସ୍ତଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ସରକାର ପୁଣି ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…