ଆଞ୍ଚଳିକ ଆୟୁର୍ବେଦ ଦିବସ ପାଳିତ Angul OnlineOctober 25, 2022October 25, 2022 ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ ଟି ଟି ହାଇ ସ୍କୁଲ ପରିସରରେ ପିଲାମାନଙ୍କୁ ନେଇ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏଥିରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଶାଲୋକ ଚିକତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା ଭାରତୀ ସିଂହ ଓ ମୁଖ୍ୟ ବକ୍ତା ଭାବେ ଡା ଶାନ୍ତନୁ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ମିଶ୍ର ଓ ଗୋପୀନାଥ ସାରଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ତଥା ଡାକ୍ତରଖାନାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଥିରେ ଜାତୀୟ ଆୟୁର୍ବେଦ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହର ଦିନ ହର ଘର ଆୟୁର୍ବେଦ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଆୟୁର୍ବେଦ ଆହାର ଓ ଦିନଚର୍ଯ୍ୟା ବିଷୟରେ ଡା ସାହୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । କେତେକ ଔଷଧୀୟ ବୃକ୍ଷ ତଥା ଘୃତ କୁମାରୀ, ଡାଲଚିନି, ଅଁଳା, ପୋଦିନା , ପିପଳି ଓ ରକ୍ତ ଚନ୍ଦନର ଔଷଧୀୟ ଗୁଣ ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ ଭୁବନେଶ୍ବର – ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ…
ଚିଠା ଭୋଟର ତାଲିକା ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର କୋର୍ଟ ରୁମ ଠାରେ ଉନ୍ମୋଚନ କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ…
କୂଅ ଭିତରେ ବୁଲୁଥିଲା ୧୦ ଫୁଟ ଲମ୍ବର ଅହିରାଜ ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – କୂଅ ଭିତରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁର ଆଶୁତୋଷ ଅମାନ୍ତଙ୍କ ଏକ…