ଅପରାଧ ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ ଚେକିଂ କରୁଥିବା ବେଳେ ଏହି ତିନୋଟି ଟ୍ରଲି ବ୍ୟାଗ ଦେଖି ଟିଟିଇଙ୍କର ସନ୍ଦେହ ହୋଇଥିଲା । ବ୍ୟାଗ କାହାର ବୋଲି ପଚାରି ବୁଝିବା ବେଳେ କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୂଲିସ ଏହି ତିନୋଟି ବ୍ୟାଗକୁ ଜବତ କରିଥିଲା । ଏହି ଗଞ୍ଜେଇ ମୁମ୍ବାଇ ଚାଲାଣ କରାଯାଉଥିଲା ବୋଲି ସନ୍ଦେହ କରା ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
ରାତି ଅଧରେ ରାସଲୀଳା ଉଦ୍ୟମ – ବନ୍ଧା ହେଲା ରଙ୍ଗିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀଙ୍କ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ପୁଲିସ…
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…