ଅପରାଧ ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ ଚେକିଂ କରୁଥିବା ବେଳେ ଏହି ତିନୋଟି ଟ୍ରଲି ବ୍ୟାଗ ଦେଖି ଟିଟିଇଙ୍କର ସନ୍ଦେହ ହୋଇଥିଲା । ବ୍ୟାଗ କାହାର ବୋଲି ପଚାରି ବୁଝିବା ବେଳେ କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୂଲିସ ଏହି ତିନୋଟି ବ୍ୟାଗକୁ ଜବତ କରିଥିଲା । ଏହି ଗଞ୍ଜେଇ ମୁମ୍ବାଇ ଚାଲାଣ କରାଯାଉଥିଲା ବୋଲି ସନ୍ଦେହ କରା ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…
କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକ ଦିନ ହେଲା କଳାହିରାର ସହର ତାଳଚେରରେ ଧଳା ଜହର ବିକ୍ରି…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…