ଅପରାଧ ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ ଚେକିଂ କରୁଥିବା ବେଳେ ଏହି ତିନୋଟି ଟ୍ରଲି ବ୍ୟାଗ ଦେଖି ଟିଟିଇଙ୍କର ସନ୍ଦେହ ହୋଇଥିଲା । ବ୍ୟାଗ କାହାର ବୋଲି ପଚାରି ବୁଝିବା ବେଳେ କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୂଲିସ ଏହି ତିନୋଟି ବ୍ୟାଗକୁ ଜବତ କରିଥିଲା । ଏହି ଗଞ୍ଜେଇ ମୁମ୍ବାଇ ଚାଲାଣ କରାଯାଉଥିଲା ବୋଲି ସନ୍ଦେହ କରା ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତର…
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…
ଚନ୍ଦନ କାଠ ସହ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଚୋରା ଚନ୍ଦନ କାଠ ବେପାରୀ । ୫୧ କିଲୋ ଚନ୍ଦନ କାଠ ସହ ଜଣଙ୍କୁ ଗିରଫ କରିଥିବା…