ଗଛରେ ପିଟି ହେଲା କାର – R. I. ମୃତ , ଦୁଇଟି ପରିବାରର ୬ ଗୁରୁତର

ଅନୁଗୁଳ – ବ୍ରହ୍ମପୁରରୁ ମା ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ରେଭେନ୍ୟୁ ଇନ୍ସପେକ୍ଟର ଥିବା ଜଣାପଡିଛି ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ RI ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ମିଲୁ ସେଠୀଙ୍କ ପରିବାର ମା ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ସେମାନେ ନିଜ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ କାରରେ ଥିବା ମିଲୁ ସେଠୀ , ତାଙ୍କ ସ୍ତ୍ରୀ ସୁଜାତା ସେଠୀ , ମନୁ ସେଠୀ , ସ୍ୱସ୍ତିକ ସେଠୀ , ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ । ମୃତ୍ୟୁଞ୍ଜୟ ପାଣିଗ୍ରାହୀ  ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ପରେ ସେମାନଙ୍କ ମଧ୍ୟରୁ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁଞ୍ଜୟ ଖିଣ୍ଡା R. I. ଭାବେ କାମ କରୁଥିବା ବେଳେ ମିଲୁ ସେଠୀ ପରଙ୍ଗ R. I. ଭାବେ କାମ କରନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page