ମୁଖ୍ୟ ଖବର ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 16, 2022September 16, 2022 ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ ପରିବେଶ ଖରାପ କରୁଛନ୍ତି । ଏହା ସହ ସହରର ମଧ୍ୟସ୍ଥଳରେ ଗାଦି ଜମାଇ ବେପାର କରୁଥିବା ବେଳେ ଅନେକ ବର୍ଷ ହେଲା ହୋଲ୍ଡିଂ ଟାକ୍ସ ଦେଉ ନାହାନ୍ତି । ଏହା ସହ ଅନେକ ଦୋକାନ ଘରର ବିଲ୍ଡିଂ ଆପୃଭାଲ ନଥିବା ବେଳେ ଟ୍ରେଡ଼ ଲାଇସେନ୍ସ ମଧ୍ୟ ନାହିଁ । ଏହିସବୁରେ ଖିଲାପି କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଆଜି ସହରର ଥିବା ଭି ୨ ନାମକ ଏକ ମଲ ଏବଂ କାଞ୍ଚନ ସାନିଟାରୀ ନାମକ ଏକ ଦୋକାନ ରାସ୍ତା ଉପରେ ଆବର୍ଜନା ପକାଉଥିବା ଖବର ପାଇ ମଲଟି ଡିସିପ୍ଲିନାରୀ ଟିମ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ସମୟରେ ଉଭୟ ଦୋକାନର ଟ୍ରେଡ଼ ଲାଇସେନ୍ସ , ବିଲ୍ଡିଂ ଆପୃଭାଲ ଓ ହୋଲ୍ଡିଂ ଟାକ୍ସ ଦିଆ ଯାଇ ନଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଉଭୟ ଦୋକାନକୁ ସିଲ କରିଦେବା ସହ ଶୀତଳ ପ୍ଲାଜାରେ ଥିବା ଏକ ମୋବାଇଲ ଦୋକାନକୁ ମଧ୍ୟ ସମାନ କାରଣ ପାଇଁ ସିଲ କରାଯାଇଛି । Advertisement
ଚଢା ସୁଧରେ ଟଙ୍କା ଋଣ ଦେଉଥିବା ଅଭିଯୋଗରେ ଦୁଇ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମରେ ଟଙ୍କା ଋଣ ଦେବା ସହ ଚଢା ହାରରେ ସୁଧ ସଂଗ୍ରହ କରୁଥିବା ଅଭିଯୋଗରେ ଦୁଇ…
ପୁଣି ପାଇଖାନା ଟାଙ୍କି ନେଲା ଦୁଇ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଶକ୍ତି ନଗର କଲୋନୀରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସି ଦୁଇ ଜଣ…
ଘରୋଇ ଋଣ ଚାପରେ ଯୁବକ କଲେ ଆତ୍ମହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଘରୋଇ ଋଣ ଚାପରେ ଆତ୍ମହତ୍ୟା…