ଗଞ୍ଜେଇ ଭର୍ତ୍ତି କାର ଜବତ – ଜଣେ ଗିରଫ

ଆଠମଲ୍ଲିକ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଠମଲ୍ଲିକ ଅବକାରୀ ବିଭାଗ ଚଢାଉ କରି ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଝାରଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଅନ୍ତର୍ଗତ କୁମାରଡୁଙ୍ଗୀ ଗ୍ରାମର କମଳ ଲୋଚନ ବାରିକ ବୋଲି ଜଣା ପଡିଛି।

ସୂଚନା ଅନୁସାରେ ବୁଧବାର ସକାଳେ କମଳ ଏକ ଇଣ୍ଡିଗୋ କାରରେ ୨ ବସ୍ତା ଗଞ୍ଜେଇ ଧରି ଆଠମଲ୍ଲିକ ସହର ଦେଇ ଯାଉଥିଲେ। ଆଠମଲ୍ଲିକ ଅବକାରୀ ପୁଲିସ ଲିପ୍ତିଙ୍ଗା ଛକଠାରେ କାର ଅଟକାଇ ଯାଞ୍ଚ କରିବା ବେଳେ କାରରୁ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗାଡିର ଚାଳକ କମଳଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ୍ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝି,ଉପ ନିରୀକ୍ଷକ ନିରଞ୍ଜନ ସାହୁ ଓ କର୍ମଚାରୀ ଅଜୟ ବେହେରା, ଅମରଦୀପ କୁଜୁର ସାମିଲ ଥିଲେ। 

Advertisement

Leave a Reply

Your email address will not be published. Required fields are marked *