ମୁଖ୍ୟ ଖବର ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ Angul OnlineOctober 11, 2022October 11, 2022 ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ । ସୂଚନା ଅନୁସାରେ କୁରୁଡୁଲ ପୋଷ୍ଟ ଅଫିସର ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଚାକିରୀ କରିଥିବା ବେଳେ ଅନୁଗୁଳ ପୂର୍ବ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଡାକ ଅଧିକ୍ଷକ ଟିକନ କୁମାର ଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ଦେଇଥିଲେ । ଆଉ ଏଥିପାଇଁ ସମ୍ପୁକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ସିବିଆଇ ତାଙ୍କୁ ଆଜି ଧରିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାସଭବନରେ ଚଢ଼ାଉ କରୁଛି । Advertisement
ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ…
କୂଅ ବିଲ ପାଇଁ ମାଡାମଙ୍କ ଲାଞ୍ଚ ହିସାବ କିତାବ – ଭିଡିଓ ଭାଇରାଲ ଅନୁଗୁଳ – ଆଠମଲ୍ଲିକ ବୃକ୍ ଅଞ୍ଚଳରେ ଜଳ ବିଭାଜିକା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଆଠମଲ୍ଲିକରେ ବିଭାଗର କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ଅଧିକାରୀ ନ…
ଟ୍ରେନ ଧକ୍କାରେ ଖୁଡି-ପୁତୁରା ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏକ ଅଘଟଣ ଘଟି ଯାଇଛି । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ…