ମୁଖ୍ୟ ଖବର ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ Angul OnlineOctober 11, 2022October 11, 2022 ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ । ସୂଚନା ଅନୁସାରେ କୁରୁଡୁଲ ପୋଷ୍ଟ ଅଫିସର ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଚାକିରୀ କରିଥିବା ବେଳେ ଅନୁଗୁଳ ପୂର୍ବ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଡାକ ଅଧିକ୍ଷକ ଟିକନ କୁମାର ଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ଦେଇଥିଲେ । ଆଉ ଏଥିପାଇଁ ସମ୍ପୁକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ସିବିଆଇ ତାଙ୍କୁ ଆଜି ଧରିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାସଭବନରେ ଚଢ଼ାଉ କରୁଛି । Advertisement
ଦୁର୍ଘଟଣାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ସାମ୍ନାରେ ଏକ ମୋଟରସାଇକେଲକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ ହୋଇଥିବା ବେଳେ ଅଳ୍ପକେ ସ୍ୱାମୀ ଏବଂ…
ଖଣ୍ଡା ଧରି ଧମକ ଦେଇ ରିଲ କରିଥିଲେ – ବାନ୍ଧିଲା ପୁଲିସ ଅନୁଗୁଳ – ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ ରେ ଗୁଣ୍ଡା ଷ୍ଟାଇଲ୍ରେ ରିଲ୍ କରିବା ମହଙ୍ଗା ପଡ଼ିଛି। ଘଟଣାରେ ଅନୁଗୋଳ ନିଶା ଥାନା ପୁଲିସ ତିନି ଯୁବକଙ୍କୁ ଗିରଫ…
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…