ସମସ୍ୟା ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା Angul OnlineJune 3, 2022June 3, 2022 ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି । Advertisement
ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର…
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…
ନୁଆଁହତାରୁ ରନ୍ତଲେଇ ରାସ୍ତା ପାଇଁ ୫୭ କୋଟିର ଟେଣ୍ଡର ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନୁଆଁହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ର ବିକାଶ ତଥା ରାସ୍ତା ପାର୍ଶ୍ୱରେ ଅଲୋକୀକରଣ ପାଇଁ…