ଅପରାଧ ହାତୀଦାନ୍ତ ସହ ଜଣେ ଗିରଫ Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଦୁର୍ଯୋଧନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁର୍ଯୋଧନ ହାତୀ ଦାନ୍ତ ନିଜ ଘରେ ରଖିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଘର ଜାଞ୍ଚ ବେଳେ ଘରୁ ଦୁଇଟି ହାତୀ ଦାନ୍ତ ଜବତ କରା ଯାଇଥିଲା । ପ୍ରତ୍ୟେକ ହାତୀ ଦାନ୍ତର ଓଜନ ପ୍ରାୟ ଦୁଇ କେଜି ଲେଖାଏଁ ଥିବା ଜଣା ପଡିଛି । ଏସଟିଏଫ ଦୁର୍ଯୋଧନକୁ ହାତୀ ଦାନ୍ତ ରଖିଥିବା ଅଭିଯୋଗରେ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି । Advertisement
ମାତ୍ର ଅଶୀ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଓଗି ଗାଁରେ ଛଅ ବର୍ଷ ତଳେ ଘଟିଥିବା ଏକ ବିଭତ୍ସ ହତ୍ୟା ମାମଲାର ରାୟ ବୁଧବାର ଅତିରିକ୍ତ ଜିଲ୍ଲା…
ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତର…
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…