ଅପରାଧ ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା Angul OnlineMay 14, 2024May 14, 2024 ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟ ପଡ଼ିଆରେ ଏକ ଡକାୟତ ଗ୍ୟାଙ୍ଗ କିଛି ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । ଖବର ପାଇ ସଦଲବଳ ଘେରାଉ କରି ପୁଲିସ ୫ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୫ ଟି ହାତ ତିଆରି ବୋମା , କଟୁରି ସମେତ ଲୁହା ରଡ଼ ଓ ଛୁରୀ ଜବତ କରା ଯାଇଥିଲା । ପଚରାଉଚରା ବେଳେ ସେମାନେ ରାତିରେ ଯାଉଥିବା ରଡ଼ ବୋଝେଇ ଟ୍ରକ ଲୁଟ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ନୂଆଁହତା ଗାଁର ରିପୁନ ବେହେରା , ବବୁଲୁ ବେହେରା , ଦେବଗଡ଼ ଜିଲ୍ଲା କଣ୍ଢାଳ ଗାଁର ଅଭୟ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ଗାଁର ଚନ୍ଦନ ସାହୁ ଓ ଗଂଜାମ ଜିଲ୍ଲା ରମ୍ଭା ଅଂଚଳର ବଳରାମ ବେହେରାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଏକ ବୋଲେରୋ ଗାଡି , ଦାମୀ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରା ଯାଇଛି । Advertisement
ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ସମ୍ବଲପୁର ଜିଲ୍ଲା ଶାସନସାହି ଥାନା ଶୋଡ଼ସିଂହା ଗାଁରେ ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ଭିତରେ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ…
ଚୋରି ହୋଇଥିବା ୭୦ ଗ୍ରାମ ସୁନା ଜବତ – ତିନି ଗିରଫ ଅନୁଗୁଳ – ଅନୁଗୁଳ ସହରର ଗୁଜୁରାତିପଡ଼ାରୁ ଜଣେ ବ୍ୟକ୍ତିଙ୍କ ଘରୁ ଗତ ମାର୍ଚ୍ଚ ମାସରେ ସୁନା ଅଳଙ୍କାର ଚୋରି ହୋଇଥିଲା । ଜଣେ ମହିଳା ପ୍ରାତଃଭ୍ରମଣରେ ଯାଇଥିବା…