ଅପରାଧ ବ୍ରାଉନସୁଗାର ଜବତ – ୩ ଗିରଫ Angul OnlineNovember 26, 2022November 26, 2022 ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ ଅଭିଯୁକ୍ତ ମାନେ ଅନୁଗୁଳ ହେମସୁରପଡା ର ମନୋଜ ଜେନା , ଜଗନ୍ନାଥ ସାହୁ ଓ ରାଜା ବେହେରା । ସୂଚନା ଅନୁସାରେ ଏହି ୩ ଜଣ ବ୍ରାଉନସୁଗାର ନେଇ ଅନୁଗୁଳ ପଞ୍ଚମହଲା ନିକଟରେ ଗ୍ରାହକ ଅପେକ୍ଷାରେ ଥିଲେ । ଖବର ପାଇ ଅନୁଗୁଳ ସଦର ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଏହି ୩ ଜଣଙ୍କୁ କାବୁ କରି ନେଇଥିଲେ । ଜାଞ୍ଚ ବେଳେ ସେମାନଙ୍କ ସ୍କୁଟି ଡିକିରୁ ବ୍ରାଉନସୁଗାର ଠାବ କରା ଯାଇଥିଲା । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରା ଯାଇଛି । Advertisement
ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ…
ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ ଭୁବନେଶ୍ବର – ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ…
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…