ଆଞ୍ଚଳିକ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି Angul OnlineJuly 9, 2022July 9, 2022 ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଗାଙ୍ଗିଯୋଡ଼ି ଗ୍ରାମର ଚିତ୍ରଶିଳ୍ପୀ ରଜତ ରଞ୍ଜନ ନାଥ ବିଭିନ୍ନ ପ୍ରକାରର ଜିନିଷରେ ସବୁବେଳେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥାନ୍ତି । କିଛିଦିନ ତଳେ ହିମାଚଳ ପ୍ରଦେଶର ଯମୁନା ପର୍ବତର ୬ ହଜାର ମିଟର ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିବେଶ ପ୍ରଶଂସିତ ହୋଇଥିଲେ । ଆଜି ପୁଣି ବାହୁଡ଼ା ଯାତ୍ରା ଉପଲକ୍ଷେ ରଜତ ତାଳ ଟାକୁଆ ଓ ତାଳର କୁରୁଟ ଓ ବିଭିନ୍ନ ରଙ୍ଗ ସଂଗ୍ରହ କରି ପ୍ରଭୁ ଜଗନ୍ନାଥଙ୍କ ଓ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି । ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଲୋକ । Advertisement
ଜିଲ୍ଲା ମାନ୍ୟତା ଦାବିରେ ଦାବିପତ୍ର ଅନୁଗୁଳ – ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଦାବି କରି ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…