ଆଞ୍ଚଳିକ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି Angul OnlineJuly 9, 2022July 9, 2022 ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଗାଙ୍ଗିଯୋଡ଼ି ଗ୍ରାମର ଚିତ୍ରଶିଳ୍ପୀ ରଜତ ରଞ୍ଜନ ନାଥ ବିଭିନ୍ନ ପ୍ରକାରର ଜିନିଷରେ ସବୁବେଳେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥାନ୍ତି । କିଛିଦିନ ତଳେ ହିମାଚଳ ପ୍ରଦେଶର ଯମୁନା ପର୍ବତର ୬ ହଜାର ମିଟର ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିବେଶ ପ୍ରଶଂସିତ ହୋଇଥିଲେ । ଆଜି ପୁଣି ବାହୁଡ଼ା ଯାତ୍ରା ଉପଲକ୍ଷେ ରଜତ ତାଳ ଟାକୁଆ ଓ ତାଳର କୁରୁଟ ଓ ବିଭିନ୍ନ ରଙ୍ଗ ସଂଗ୍ରହ କରି ପ୍ରଭୁ ଜଗନ୍ନାଥଙ୍କ ଓ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି । ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଲୋକ । Advertisement
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ପାର୍ଲିଆମେଣ୍ଟରେ ତାଳଚେର ସାର କାରଖାନାରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦାବି କଲେ ସାଂସଦ ରୁଦ୍ର ନାରାୟଣ ତାଳଚେର – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଶୁକ୍ରବାର ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି । ତାଳଚେର ସାର କାରଖାନା ୭୦…
ଜାମୁକୋଳି ଖାଇବା ଯାଇ ଆଉ ଫେରିଲା ନାହିଁ – ପୋଖରୀରେ ବୁଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦…