ଅପରାଧ ପ୍ରେମ ପରେ ଦୁଷ୍କର୍ମ , ପ୍ରତାରଣା – ଯୁବକ ଗିରଫ Angul OnlineSeptember 7, 2024September 7, 2024 ଅନଗୁଳ – ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ ସାହୁ । ତାଙ୍କ ଘର ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗ୍ରାମରେ । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀ ଅନୁଗୁଳ ସହରର ଏକ ସୋରୁମ୍ରେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ଦୀପକର ତାଙ୍କ ସହିତ ପରିଚୟ ହୋଇଥିଲା । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରେ ବିବାହ କରିବାକୁ ଦୀପକ ଧରାଛୁଆଁ ଦେଇନଥିଲେ । ଫଳରେ ଯୁବତୀ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଆପୋଷ ବୁଝାମଣା ଦ୍ୱାରା ଦୀପକ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ଫଳରେ ଯୁବତୀ ଦୁଷ୍କର୍ମ ନେଇ ଏତଲା ଦେଇନଥିଲେ । ଦୀପକ ଅନୁଗୁଳ ସହରର ବୁଢ଼ୀ ଠାକୁରାଣୀ ମନ୍ଦିରରେ ବରଣମାଳା ଦେଇ ବିବାହ କରିଥିଲେ । ଯୁବତୀଙ୍କୁ ନେଇ ଦୀପକ ଏକ ହୋଟେଲ୍ରେ ପ୍ରାୟ ୧୫ ଦିନ ରହିଥିଲା । ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ପରେ ସେଠାରୁ ଫେରାର୍ ହୋଇଯାଇଥିଲେ । ଯୁବତୀଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ । ଫଳରେ ଯୁବତୀ ପୁନର୍ବାର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ଆଜି ଅଭିଯୁକ୍ତ ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । Advertisement
ବ୍ରାଉନସୁଗାର ଓ ଦେଶୀ ମଦ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇ ଚଢ଼ାଉ କରିଥିବା ବେଳେ ୧୧ କେଜିରୁ…