ମୁଖ୍ୟ ଖବର ୨୦ ଦିନରେ ଗଲାଣି ୧୦ ଜୀବନ – ଅଜଣା ରୋଗ ଭୟରେ ଗ୍ରାମବାସୀ Angul OnlineSeptember 4, 2024September 4, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କୁକୁରପେଟା ଗାଁରେ ବ୍ୟାପୁଛି ଅଜଣା ରୋଗ । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେବା ସହିତ କୋକୁଆ ଭୟ ସୃଷ୍ଟି କରିଛି । ଏହି ରୋଗ ଗତ ୨୦ ଦିନ ମଧ୍ୟରେ ପ୍ରାୟ ୧୦ଜଣଙ୍କର ଜୀବନ ନେଇସାରିଛି । ଏବେ ବି ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନେକ ଲୋକ । ଲୋକେ ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହେଉଛି । କୁକୁରପେଟା ଗାଁରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ହଠାତ ଗାଁକୁ ମାଡି ଆସିଛି ଏକ ଅଜଣା ରୋଗ । ରୋଗରେ ଆକ୍ରାନ୍ତ ହୋଇ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୋଟିଏ ପରିବାର ଚକ୍ରଧର ଦେହୁରୀ ଓ ଶଙ୍କର ଦେହୁରୀଙ୍କର ମୃତ୍ୟୁ ପରେ ଗ୍ରାମବାସୀ ଆତିଙ୍କିତ ହୋଇ ପଡିଛନ୍ତି । ଗାଁର ଶଙ୍କର ଦେହୁରୀ ପ୍ରଥମେ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରଖାନା ଯାଇଥିଲେ । ସେଠାରେ ଡାକ୍ତର ପରିସ୍ରା, କୀଡୀନି ଓ ଗଳା ସଂକ୍ରମଣ ହୋଇଥିବା କହିଥିଲେ । କିନ୍ତୁ କିଛିଦିନ ପରେ ହଠାତ ଆକ୍ସିଜେନ ଲେବୁଲ ଖସି ଯାଇ ମୃତ୍ୟୁ ହୋଇଥିଲା । ତାର କିଛିଦିନ ପରେ ଅନୁରୂପ ଭାବେ ଶଙ୍କରଙ୍କ ଭାଇ ଚକ୍ରଧରଙ୍କର ମୃତ୍ୟୁ ହୋଇଥିଲା । ତାର କିଛି ଦିନ ପରେ ତାଙ୍କର ପଡୋଶୀ ଶ୍ରୀମତୀ ଦେହୁରୀ ଆକ୍ରାନ୍ତ ହୋଇଥିଲେ । ଏହା ଦେଖି ଗ୍ରାମରେ କୋକୁଆ ଭୟ ଦେଖା ଦେଇଛି । ତେବେ କେଉଁ କାରଣରୁ ବ୍ୟାପୁଛି ସେ ନେଇ କୌଣସି ଷ୍ପଷ୍ଟ ହୋଇ ନାହିଁ । ୨୦ ଦିନ ହେବ ଏହି ଅଜଣା ରୋଗରେ ଗ୍ରାମବାସୀ ଭୟଭୀତ ରହିଥିଲେ ମଧ୍ୟ ଏନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିନାହାନ୍ତି । ପ୍ରଭୁ ଶନି ଦେବଙ୍କ କୋପରୁ ଏପରି ହେଉଥିବା ନେଇ ଗ୍ରାମବାସୀ ମାନେ ଗ୍ରାମର ସଭାପତି ରଞ୍ଜନ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମର ଆରାଧ୍ୟ ଦେବି ମା ଭୈରବୀଙ୍କ ପୂଜା ପାଠ କରାଯଇଛି । ମା ଭୈରବୀଙ୍କ ପୂଜକ ସନ୍ତୋଷ ସାହୁ ମାଙ୍କର ଯଥାରିତ୍ତି ନୀତି ଅନୁଯାୟୀ ପୂଜା ପାଠ କରିଛନ୍ତି । ଗ୍ରାମରେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଗ୍ରାମରେ ପହଁଚି ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । Advertisement
ସଂକ୍ରମଣ ହାରରେ ଅନୁଗୁଳ ଏକ ନମ୍ବର – ସତର୍କତା ହିଁ ସୁରକ୍ଷା ଦେଇ ପାରିବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି ଜିଲ୍ଲାର ସଂକ୍ରମଣ ହାର ସଂପ୍ରତି ରାଜ୍ୟରେ ସର୍ବାଧିକ ରହିଛି । ସଂକ୍ରମଣ…
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…
ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ…