ମୁଖ୍ୟ ଖବର ବଜ୍ରପାତରେ ୨ ମୃତ ଜଣେ ଆହତ Angul OnlineMay 3, 2023May 3, 2023 ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ମୃତ ଦୁଇଜଣ ହେଲେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ( ୪୬ ) ଏବଂ ଧନେଶ୍ବର ଦେହୁରୀ । ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମ ଠାରେ ତିନି ଜଣ ଯୁବକ ନିଜ ଜମିରେ ଜେସିପି ସାହାଯ୍ୟରେ ଜମି ମରାମତି ହେଉଥିବା କାର୍ଯ୍ୟ ଜମି ହୁଡାରେରେ ଠିଆ ହୋଇ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସହରଗୁରୁଜାଙ୍ଗ ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ସାହୁ ଏବଂ ଅର୍ଜୁନା ଦେହୁରୀଙ୍କ ପୁଅ ଧନେଶ୍ବର ଦେହୁରୀ ( ୫୦ ) ଗୁରୁତର ହୋଇଥିବା ବେଳେ ବିପିନ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମଦନ ଓ ଧନେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
୬୮ ଟି ସାଇଲେନ୍ସର ଉପରେ ରୋଲର ଚଢାଇଲା ଅନୁଗୁଳ ପୁଲିସ – ମୋଡ଼ିଫାଏଡ଼ କରିଥିଲେ ମୋଟରସାଇକେଲ ଅନୁଗୁଳ – ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଉତ୍କଟ ଶବ୍ଦ କଡୁଥିବା…