ଅପରାଧ ଚୋରି ଅଭିଯୋଗରେ ୭ ଗିରଫ Angul OnlineMay 3, 2023May 3, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ଅନୁଗୋଳ କଲେଜ କ୍ବାର୍ଟର ନମ୍ବର ଏଚ୍ଏଫ/୩୨ରେ ଭାନୁପ୍ରଭା ନନ୍ଦ ରୁହନ୍ତି । ସେ କୌଣସି କାମରେ ୨୯ ତାରିଖରେ ତାଳଚେର ଦୁମଦୁମା ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ କ୍ବାର୍ଟରକୁ ଫେରି କବାଟ ଖୋଲି ଦେଖିଲା ବେଳକୁ ଆଜବେଷ୍ଟସ ଭାଙ୍ଗି ଘରୁ ଟିଭି, ଇଲେକ୍ଟ୍ରି ଆଇରନ, ରୁପା ପାଉଁଜି, ଦାମୀ ପାଟ ଶାଢ଼ୀ, ଲୁଗା, ୫ଟି ଏଟିଏମ୍ କାର୍ଡ, ସ୍ମାର୍ଟ ୱାଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏ ନେଇ ଭାନୁପ୍ରଭା ଥାନାରେ ଲିଖିତ ଅଭିଯୋଗ କରିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି କଲେଜ କ୍ବାର୍ଟର ନଂ ୪୨ରେ ରହୁଥିବା ବସନ୍ତ ଗୋଚ୍ଛାୟତ(୩୨)ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ବସନ୍ତଙ୍କ ତଥ୍ୟକୁ ଆଧାରକରି ପୁଲିସ କଲେଜ ଛକର ସୌମ୍ୟ ରଞ୍ଜନ ଓଝା(୨୪), ହାକିମପଡ଼ାର ପ୍ରକାଶ ନାଏକ(୩୫)ଙ୍କୁ ଗିରଫ କରିଥିଲା । ଏହି ସମସ୍ତେ ଚୋରିକରି ସମସ୍ତ ଜିନିଷକୁ ନେଇ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ହାଡ଼ିବନ୍ଧୁ ବେହେରା(୨୯), ପ୍ରମୋଦ ଗୋଚ୍ଛାୟତ(୪୫), ପ୍ରଶାନ୍ତ ବେହେରା(୪୦) ଓ କୁପନ ଗୋଚ୍ଛାୟତ(୪୫)ଙ୍କ ଘରୁ ଚୋରି ଜିନିଷ ଜବତ କରିଥିଲା । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। Advertisement
୨ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ବଅଁରପାଳ ଥାନା ଗୋତମରା ଅଞ୍ଚଳରେ ଚଢ଼ାଉ କର ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ…
ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ…
ପୁର୍ବ ଶତୃତାରୁ ଗୁଳି ମାଡ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ…