ଭଲ ଖବର ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ Angul OnlineAugust 24, 2023August 24, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ ଯେ , ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ । ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବୀ ଅନୁମୋଦନ କରିଛନ୍ତି । ଏହି ପଦବୀ ଗୁଡିକ ହେଲା- ଗୋଟିଏ ଷ୍ଟେସନ ଅଫିସର, ଦୁଇଟି Leading Fireman, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବୀ । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। Advertisement
ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ ଅନୁଗୁଳ – ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ । ଅପରିଚିତ ଲୋକଙ୍କ ମୃତଦେହ ସଂସ୍କାର କରିଥିବା ସମାଜସେବୀ ଚିନ୍ମୟୀଙ୍କୁ…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…