ଭଲ ଖବର ବିପଦ ବେଳେ – ବାପୁଜୀ Angul OnlineMay 20, 2021May 20, 2021 ଅନୁଗୁଳ – ଯୁବ ଅବସ୍ଥାରେ ସମସ୍ତଙ୍କର ସ୍ୱପ୍ନ ଥାଏ କିଏ ଡାକ୍ତର ହେବ , କି ଇଞ୍ଜିନିୟର ହେବ , କି ବେପାର ବଣିଜ କରିବ ତ ଆଉ କିଛି ଆହୁରି ବଡ ବଡ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ଏହି ଯୁବବସ୍ଥାରେ ଏ ସବୁ ସ୍ଵପ୍ନଠାରୁ ନିଜକୁ ଦୂରରେ ରଖି ସମାଜର ସେବା କରିବା ପାଇଁ ମନ ବଳାଇଥିଲେ ଅନୁଗୁଳ ସହର ଶିକ୍ଷକପଡା ଅଞ୍ଚଳର ଯୁବକ ବାପୁଜି ପ୍ରଧାନ ଓରଫ “ବାବି” । କଲେଜ ସମୟରୁ ହିଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଉଦ୍ଧେଶ୍ୟରେ ଲଢ଼ି ଆସୁଛନ୍ତି ବାପୁଜି । ଧୀରେ ଧୀରେ ସମାଜ ସେବା ଉଦ୍ଧେଶ୍ୟରେ ରାଜନୀତିରେ ପାଦ ଥାପିଲେ । ଗରିବ ଅସହାୟଙ୍କ ଦୁଃଖ ସୁଖର ସେ ସାଥି ହେବାକୁ ଲାଗିଲେ । ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ଲୋକଙ୍କ ଦେଖା ମିଳୁ ନଥିବା ବେଳେ ସମସ୍ତଙ୍କ ସାହାରା ହୋଇ ଛିଡା ହେବାକୁ ସେ ଚେଷ୍ଟା କରନ୍ତି । କାହାର ରକ୍ତ ଅଭାବ ହେଉ କି ଘରପୋଡି , ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅସହାୟ ଲୋକଙ୍କ ପାଖରେ ସେ ଅବିଳମ୍ବେ ଛିଡା ହୁଅନ୍ତି । ରାଜନୀତି ସହାୟତାରେ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଉଦେଶ୍ୟରେ ସଦା ସର୍ବଦା ସ୍ୱର ଉଠାନ୍ତି । ରୋଗୀଙ୍କର ଡାକ୍ତରଖାନାରେ ହେଉ ଅବା ଦୁଃଖୀରଙ୍କିଙ୍କ ରାସ୍ତାକଡରେ ସେବା କରିବାକୁ ସଦା ସର୍ବଦା ଆଗେଇ ଆସନ୍ତି । ଯେତେବେଳେ ସାରା ଦେଶରେ ଅଦୃଶ୍ୟ ଭୂତାଣୁ ପାଇଁ ଅଚାନକ ଲକଡାଉନ ହେଇଥିଲା ପ୍ରବାସୀ ସବୁ ଘରକୁ ଫେରୁଥିଲେ । କଥା କୁହାଳିଆ ତେଲ ମରା ନେତା ସବୁ ଘରେ ଶୋଇଥିବା ବେଳେ ବାପୁଜୀ ପ୍ରଧାନ ଓ ତାଙ୍କ ବନ୍ଧୁ ମାନେ ଏମାନଙ୍କୁ ବଢାଉ ଥିଲେ ସହାୟତାର ହାତ । ସେମାନଙ୍କ ଖାଇଅବା ପିଇବା ସହ ଯିବା ପାଇଁ ବନ୍ଦୋବସ୍ତ କରୁଥିଲେ । ରାତି ଦିନ ଏକ କରି ୩ ମାସ ଯାଏ ଶୁଖିଲା ରନ୍ଧା ଖାଦ୍ୟ ବାଣ୍ଟିଥିଲେ ଜିଲ୍ଲା ଓ ଜିଲ୍ଲାର ସମସ୍ତ ଗାଁ ଗଣ୍ଡାରେ ବୁଲିବୁଲି । ଆଜି ମଧ୍ୟ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଅନେକ ଦିନ ମଜୁରିଆ , ଖଟିଖିଆ ଲୋକଙ୍କ ପାଖରେ ବାପୁଜୀ ପହଞ୍ଚି ଯାଉଛନ୍ତି । ଆଉ ସେମାନଙ୍କୁ ମୁଠାଏ ଖାଇବାର ବନ୍ଦୋବସ୍ତ କରୁଛନ୍ତି । କରୋନା ମହାମାରୀ ସମୟରେ ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ଥିବା ବେଳେ କୌଣସି ରୋଗୀର ରକ୍ତ ଆବଶ୍ୟକ ପଡିଲେ ଖବର ପାଇ ସେ ପହଞ୍ଚି ଯାଆନ୍ତି । ନିଜେ ହେଉ କିମ୍ବା ପରିଚିତ ଲୋକଙ୍କ ଦ୍ଵାରା ରକ୍ତ ଯୋଗାଡି ଦେବାର ବନ୍ଦୋବସ୍ତ କରି ଦିଅନ୍ତି ସଙ୍ଗେସଙ୍ଗେ । ତାଙ୍କର ଏଭଳି କାମ ପାଇଁ ଆଜି ସେ ସବୁଠି ପ୍ରଶଂସିତ । କଂଗ୍ରେସ ଦଳରେ ଜଣେ ସକ୍ରିୟ ସଦସ୍ୟ ଥିବା ବାପୁଜୀ ପ୍ରଧାନ ଯିଏ ବିନା ପଦ ପଦବିର ଲାଳସାର ଉର୍ଦ୍ଧ୍ବରେ ରହି ସବୁବେଳେ ଗରିବ ଅସହାୟଙ୍କ ପାଖରେ ଛିଡା ହେବା ସହ ଅଧିକାର ପାଇଁ ଲଢେଇ କରିଥାଆନ୍ତି । ତାଙ୍କର ଏହି ସମାଜ ସେବା ମନବୃତି ଅନେକ ଯୁବ ପିଢୀକୁ ପ୍ରେରଣା ଯୋଗାଉଛି । Advertisement
ଚନ୍ଦ୍ରଯାନ ମିଶନ-୩ ସଫଳ ପଛରେ ରହିଛି ତାଳଚେର ବୈଜ୍ଞାନିକ ଶରତ ଦାସଙ୍କ ହାତ ଅନୁଗୁଳ – ଗତକାଲି ସଫଳ ହୋଇଛି ଚନ୍ଦ୍ରଯାନ ମିଶନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…
ଏସିଆ ବୁକ ଅଫ ରେକର୍ଡରେ ବାଲୁକା ଶିଳ୍ପୀ ରୁବେଲାଲଙ୍କ ବାଲୁକା କଳା ଅନୁଗୁଳ – ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ ।…