ମୁଖ୍ୟ ଖବର ଥାନା ଓ କାରାଗାରାରେ କରୋନା Angul OnlineMay 20, 2021May 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି ଜାହିର କରୁଛି । ଏବେ ଅନୁଗୁଳ ଜେଲ ଉପରେ ନଜର ପକାଇଛି ଏହି ଭୂତାଣୁ । ଜେଲର ୨୬ ଜଣ ବିଚାରାଧୀନ କଏଦୀ କରୋନା ପଜେଟିଭ ଥିବା ଜେଲ କର୍ତ୍ତୃପକ୍ଷ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କର ପରୀକ୍ଷା କରାଯାଇଥିବା ବେଳ ଆଜି ୨୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଘଟଣା ଜଣା ପଡିବା ପରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଅନୁଗୁଳ କାରାଗାରରେ ପହଞ୍ଚିଥିଲେ । ସେମାନେ ଆକ୍ରାନ୍ତ କଏଦୀ ମାନଙ୍କୁ ମେଡ଼ିସିନ କିଟ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି । ଆକ୍ରାନ୍ତ ମାନଙ୍କୁ ଏକ ସ୍ୱତନ୍ତ୍ର ଆସୋଲେସନ ୱାଡ଼ରେ ରକ୍ଷା ଯାଇଛି । ଅନୁଗୁଳ କାରାଗାରରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀ ଅଛନ୍ତି । ଅନୁଗୁଳ ସଦର ଥାନାରେ ମଧ୍ୟ କରୋନା ତାର ପ୍ରଭାବ ଜାହିର କରିଛି । ଥାନାର ୧୧ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣା ପଡିଛି । Advertisement
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…
ବେଆଇନ କୋଇଲା ଖଣି ଉପରେ ଚଢ଼ାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ବେଆଇନ କୋଇଲା ଖଣି ଉପରେ ଇସ୍ପାତ ଓ ଖଣିଜ ବିଭାଗ ଏବଂ ଛେଣ୍ଡିପଦା…
ସକାଳୁ ଗଡ଼ିଲା ନାହିଁ ବସ – ସନ୍ଧ୍ୟାରେ ପ୍ରଶାସନ ଦେଲା ପ୍ରତିଶୃତି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଆଜି ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଅନିର୍ଦିଷ୍ଟ କାଳ…