ମୁଖ୍ୟ ଖବର ଟ୍ରେନରେ ଠିକା ଶ୍ରମିକଙ୍କ ମୃତ Angul OnlineApril 2, 2021April 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬ ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାଜୁ ବାବାଙ୍ଗା । ସେ ବଲଣ୍ଡା ସ୍ଥିତ ଚଟିଆହାଟିଂର ବୋଲି ଜଣାପଡିଛି । ସୂଚନା ଅନୁସାରେ ରାଜୁ PRCL କମ୍ପାନୀରେ ଚେକିଂ ଲେବର ରୂପେ କାର୍ଯ୍ୟରତ ଥିଲେ । ଆଜି ରାତିରେ ସେ ସେଠାରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ କ୍ଷତିପୂରଣ ଦାବିରେ ଠିକା ଶ୍ରମିକ ମାନେ ଧାରଣାରେ ବସିଛନ୍ତି । Advertisement
କୋଇଲା ପରିବହନକୁ ୪ ଟି ଗ୍ରାମବାସୀଙ୍କ ତୀବ୍ର ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୈନି କୋଇଲା ଖଣିରୁ କୋଇଲା ପରିବହନ ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ସମନ୍ୱୟ ବୈଠକରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା…
ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ…
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ କାରାଦଣ୍ଡ ଅନୁଗୁଳ(ଅନୁଗୁଳ ଅନଲାଇନ୍) -୨୧/୦୯ – ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତ ଗୁରୁବାର ଜଣେ ଜଣେ ୭୩ ବର୍ଷର ଦୁଷ୍କର୍ମକାରୀଙ୍କୁ ୫…