ଆଞ୍ଚଳିକ କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ Angul OnlineMay 21, 2021May 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା କୋଭିଡ ପରିସ୍ଥିତି ବେଳେ ଅନୁଗୁଳ ପୁଲିସ କିଭଳି କାମ କରୁଛି ତାର ସମୀକ୍ଷା କରିଥିଲେ । ଜିଲ୍ଲାରେ ଲକଡାଉନ , ସପ୍ତାହନ୍ତ ସଟଡାଉନ ଓ ରାତ୍ରି କାଳୀନ କର୍ଫୁ ସମୟରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସବୁ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ପୁଲିସର କାମ ବେଶ ପ୍ରଶଂସନୀୟ ବୋଲି ଆଜି ଅନୁଗୁଳ ଗସ୍ତରେ ଆସିଥିବା ଡିଜି ଅଭୟ କହିଛନ୍ତି । ଅନୁଗୁଳ ପୁଲିସ କୋଭିଡ ଏନଫୋର୍ସମେଣ୍ଟ ଟିମ ଏହି ସମୟରେ ୬୭୦୮ ଅମନିଆଙ୍କ ଠାରୁ ମାସ୍କ ପିନ୍ଧି ନଥିବା ଯୋଗୁଁ ୧୯ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ଆଦାଯ କରା ଯାଇଛି । ସେହିପରି ୧୩୦ଟି ଦୋକାନକୁ ସିଲ କରାଯିବା ସହ ୫୪୫ ଊର୍ଦ୍ଧ୍ଵ ଗାଡ଼ିକୁ ଜବତ କରିଛି । ଏଥିପାଇଁ ଅନୁଗୁଳ ପୁଲିସକୁ ସାଧୁବାଦ ଦେବା ସହ ଅନୁଗୁଳ ବାସୀଙ୍କୁ କାରୋନା କଟକଣା ମାନିବବାକୁ ଅପିଲ କରିଥିଲେ । ଏହାପରେ ସେ ପୁଲିସ ଟ୍ରେନିଂ ସେଣ୍ଟର ଯାଇ ସେଠାରେ ତାଲିମ ନେଉଥିବା ସବ-ଇନ୍ସିପେକ୍ଟର ଓ ଅନ୍ୟାନ୍ୟ ତାଲିମଦାତାଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ପୁଲିସ ଡିଜି ଅଭୟଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଡ଼ିଜି ଲଲିତ ଦାସ, ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଓ ଅନୁଗୁଳ ଏସପି ଜଗମୋହନ ମୀନା ଆଦି ଉପସ୍ଥିତ ଥିଲେ । Advertisement
ପାଞ୍ଚ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ପାଞ୍ଚ ଦଫା ଦାବି ନେଇ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା…
ସ୍ୱାୟତ୍ତ ଶାସନ ପାଳନ ବେଳେ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକଟ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଅନୁଗୁଳ ନଗରପାଳ…
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …