ମୁଖ୍ୟ ଖବର ସମାଜସେବୀ ଚିନ୍ମୟୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ Angul OnlineJune 7, 2022June 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସୁନାମଧାନ୍ୟ ସମାଜସେବୀ ତଥା ମାନବ ସେବାଶ୍ରମର ମୁଖ୍ୟ କିନ୍ନର ଚିନ୍ମୟୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ଦୁର୍ବ୍ୟବହାର କରିଥିବ୍ବା ସେ ସାମାଜିକ ଗଣମାଧ୍ୟରେ ଅଭିଯୋଗ ଆଣିବା ସହ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଚିନ୍ମୟୀଙ୍କ କହିବା କଥା ସୋମବାର ଅପରାହ୍ନରେ ଆଶ୍ରମରେ ରହୁଥିବା ଜଣେ ବୟସ୍କା ମହିଳାଙ୍କ ଅକ୍ସିଜେନ ଲେବଲ କମ ଥିବାରୁ ଚିନ୍ମୟୀ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେତେବେଳକୁ ଅନେକ ରୋଗୀ ଡାକ୍ତରଖାନାରେ ଅପେକ୍ଷାରତ ଥିଲେ । ତେବେ ସେତେବେଳେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ସୁଶ୍ରୀ ସଙ୍ଗୀତା ବରାଳ ରୋଗୀ ନ ଦେଖି ଏପଟସେପଟ ହେଉଥିଲେ । ଏହା ଦେଖି ଚିନ୍ମୟୀ ଡାକ୍ତରଙ୍କୁ , ଅନେକ ରୋଗୀ ଅଛନ୍ତି , ଅସହ୍ୟ ଗ୍ରାମ ହେଉଛି ଟିକିଏ ଜଲଦି ରୋଗୀ ଦେଖିବାକୁ ଅନୁରୋଧ କରିଥିଲେ । ତେବେ ଏତିକିରେ ମହିଳା ଡାକ୍ତର ଜଣଙ୍କ କ୍ଷୁବ୍ଧ ହୋଇ ତାଙ୍କୁ ଗାଳି କରିବା ସହ ସେଠାରୁ ବାହାରି ଯିବାକୁ କହିଥିଲେ । ଡାକ୍ତରଙ୍କ ଏପରି ବ୍ୟବହାର ଦେଖି ଚିନ୍ମୟୀ ତାଙ୍କ ସାଙ୍ଗରେ ଆଣିଥିବା ବୃଦ୍ଧା ମହିଳାଙ୍କୁ ଅନ୍ୟ ଜଣେ ଡାକ୍ତରଙ୍କ ନିକଟରେ ଦେଖାଇଥିଲେ । ପରେ ସେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେଠାରେ ପହଞ୍ଚି ମହିଳା ଡାକ୍ତରଙ୍କୁ ତାଗିଦ କରିଥିଲେ । ତେବେ ଏ ସମ୍ପର୍କରେ ସମାଜସେବୀ ଚିନ୍ମୟୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ମହିଳା ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…
ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଜିଏସଟି ଚଢାଉ – ଦୋକାନ ଛାଡି ପଳାଇଲେ ମାଲିକ ଅନୁଗୁଳ – ଅନୁଗୁଳ ବଜାରରେ ଥିବା ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଆଜି ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଅନୁଗୁଳ ପକ୍ଷରୁ ଚଢାଉ କରା ଯାଇଥିଲା । ଡେପୁଟି…
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…