ଆଞ୍ଚଳିକ ଜିଲ୍ଲା ମାନ୍ୟତା ଦାବିରେ ଦାବିପତ୍ର Angul OnlineNovember 28, 2022November 28, 2022 ଅନୁଗୁଳ – ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଦାବି କରି ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ତାଳଚେର ଓ ପାଲଲହଡା ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ କହିବା କଥା ୧୯୯୩ ମସିହାରୁ ତାଳଚେରକୁ ଜିଲ୍ଲା କରିବାକୁ ଦାବି କରା ଯାଉଛି । ମୁଖ୍ୟତଃ ପାଲଲହଡା ଅଞ୍ଚଳରୁ ଜିଲ୍ଲା ସଦର ମହକୁମାର ଦୂରତ୍ୱ ଅଧିକ ରହୁଛି । ଯାହା ଫଳରେ ଜିଲ୍ଲା ସଦର ମହକୁମା କାର୍ଯ୍ୟ ପାଇଁ ହେଉ ଅବା ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ହେଉ ଏଥିରେ ପାଲଲହଡା ଲୋକ ଅସୁବିଧା ଭୋଗ କରୁଛନ୍ତି । ଏଥିପାଇଁ ତାଳଚେର ଏବଂ ପାଲଲହଡାକୁ ମିଶାଇ ତାଳଚେରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ସାଧାରଣ ଜନତା ସେମାନଙ୍କର ମୌଳିକ ସୁବିଧା ଅସୁବିଧା ଜିଲ୍ଲା କତ୍ତୃପକ୍ଷଙ୍କୁ ଜଣାଇ ପାରୁନାହାନ୍ତି । ରାଜ୍ୟ ସରକାର ବିଭିନ୍ନ ଜନ ହିତକର ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ତାହା ଜିଲ୍ଲା କାର୍ଯ୍ୟାଳୟର ଅତ୍ୟଧିକ କାର୍ଯ୍ୟଭାର ନିମନ୍ତେ ଠିକ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଳରେ ଜନସାଧାରଣ ସେମାନଙ୍କର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ତାଳଚେର ଅଞ୍ଚଳରେ ଜନ ଆକ୍ରୋଶ ସୃଷ୍ଟ ହେଉଛି । ବର୍ତ୍ତମାନ ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଆହୁରି ମଜବୁତ ଓ ସମସ୍ତ ସରକାରୀ ଯୋଜନାକୁ ତୃଣମୂଳ ସ୍ତରକୁ ପହଞ୍ଚିବା ପାଇଁ ନୂତନ ଜିଲ୍ଲା ଗଠନ ପାଇଁ ନେଉଥିବା ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ତାଳଚେର ଓ ପାଲଲହଡା ଉପଖଣ୍ଡ କୁ ନେଇ ଏକ ନୂତନ ଜିଲ୍ଲା “ତାଳଚେର” ଗଠନ କରାଗଲେ ତାଳଚେର, କଣିହାଁ ଏବଂ ପାଲଲହଡା ଅଞ୍ଚଳର ସାମଗ୍ରିକ ବିକାଶ ହେବା ସହ ଖଣି କ୍ଷତିଗ୍ରସ୍ତ ଓ ଚାଷୀ ତଥା ଆଦିବାସୀ ଜନଜାତି ଙ୍କ ସମସ୍ୟା ସଠିକ ସମୟରେ ସମାଧାନ ହୋଇପାରିବ।ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ସଠିକ ରୂପାୟନ ହୋଇପାରିବ ବୋଲି କହିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । Advertisement
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…
ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ କଣିହାଁ – ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର…
ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ କଲୋନୀ…