ମୁଖ୍ୟ ଖବର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ Angul OnlineAugust 15, 2022August 15, 2022 ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତାଳଚେର କାରିଗର ପଡାର ୮ ନମ୍ବର ୱାର୍ଡରେ ବାହାର ଅଞ୍ଚଳର କିଛି ଯୁବକ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ । ତେବେ ସାହିର କିଛି ଯୁବକ ସେମାନଙ୍କୁ ବାରଣ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବାହାରୁ ଆସିଥିବା ଯୁବକ ମାନେ ହଠାତ ଖଣ୍ଡା , ହକି ଷ୍ଟିକ ଆଦି କାଢି ଆକ୍ରମଣ କରିଥିଲେ । ସାହି ଯୁବକ ମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଗାଡି ମୋଟର ଭଙ୍ଗାରୁଜା କରିଥିଲେ । ଏମାନଙ୍କ ଆକ୍ରମଣରେ ସାହିର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ସାମାନ୍ୟ ଆହତ ହୋଇଛନ୍ତି । ଅସାମାଜିକ ଯୁବକମାନଙ୍କ ଏଭଳି କାଣ୍ଡ ପରେ ସାହିଲୋକ ପୁଲିସକୁ ସୂଚନା ଦେଇଥିଲେ । ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । Advertisement
ଅଜଣା ଗାଡି ଧକ୍କାରେ ମଉସା ମୃତ – ଝିଆରୀ ଗୁରୁତର ଅନୁଗୁଳ – ଅଜଣା ଗାଡି ଧକ୍କାରେ ମଉସା ମୃତ ଝିଆରୀ ଗୁରୁତର । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯…
ବନବିଭାଗ ମାରିଦେଲା କଲରାପତରିଆ ବାଘ ! ଅନୁଗୁଳ – ବାରହା ଫାଶରେ ପଡ଼ିଲା କଲରାପତରିଆ ବାଘ । ଉଦ୍ଧାର କଲା ବନ ବିଭାଗ । ହେଲେ ବନ ବିଭାଗର ଅବହେଳା ଆଉ ଅପାରଗତା ଯୋଗୁଁ…
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…