ମୁଖ୍ୟ ଖବର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ Angul OnlineAugust 15, 2022August 15, 2022 ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତାଳଚେର କାରିଗର ପଡାର ୮ ନମ୍ବର ୱାର୍ଡରେ ବାହାର ଅଞ୍ଚଳର କିଛି ଯୁବକ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ । ତେବେ ସାହିର କିଛି ଯୁବକ ସେମାନଙ୍କୁ ବାରଣ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବାହାରୁ ଆସିଥିବା ଯୁବକ ମାନେ ହଠାତ ଖଣ୍ଡା , ହକି ଷ୍ଟିକ ଆଦି କାଢି ଆକ୍ରମଣ କରିଥିଲେ । ସାହି ଯୁବକ ମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଗାଡି ମୋଟର ଭଙ୍ଗାରୁଜା କରିଥିଲେ । ଏମାନଙ୍କ ଆକ୍ରମଣରେ ସାହିର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ସାମାନ୍ୟ ଆହତ ହୋଇଛନ୍ତି । ଅସାମାଜିକ ଯୁବକମାନଙ୍କ ଏଭଳି କାଣ୍ଡ ପରେ ସାହିଲୋକ ପୁଲିସକୁ ସୂଚନା ଦେଇଥିଲେ । ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । Advertisement
ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି…
୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ…
ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ…