ସାର ପାଇଁ ଉତ୍ତେଜନା – ଚାଷୀଙ୍କ ମଧ୍ୟରେ ହାତାହାତି

ଛେଣ୍ଡିପଦା – ଚାଷୀଙ୍କ ଚିନ୍ତା ପାଲଟିଛି ସାର । ବଜାରରେ ସାର ମିଳୁନଥିବାରୁ ହତାଶ ହେଉଛନ୍ତି ଚାଷୀ । ସମସ୍ୟାର ସମାଧାନ କରୁନି ପ୍ରଶାସନ । ଚଳିତ ବର୍ଷ ଭଲ ବର୍ଷା ହେବାରୁ ଖରିଫ ଚାଷ ଫୁଲ ଦମରେ ଆରମ୍ଭ କରିଛନ୍ତି ଚାଷୀ । ଏହି ସମୟରେ ବଜାରରେ ସାରର ଅଭାବୀ ବିକ୍ରି ଯୋଗୁଁ ଉଚ୍ଚା ଦରରେ କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଲାଇସେନ୍ସପ୍ରାପ୍ତ ବିତରକ ଓ ପେସ୍କ ଗୁଡିକକୁ ଦାୟିତ୍ଵ ଦିଆଯାଇଛି । ହେଲେ ଫଳ ଶୂନ ।

ଶନିବାର ଛେଣ୍ଡିପଦା ବ୍ଳକ ଟାଙ୍ଗିରି ସମବାୟ ସମିତି ପକ୍ଷରୁ ସାର ବିକ୍ରି ପାଇଁ ଯୋଜନା କରିଥିବା ବେଳେ ସମିତି ସମୁଖରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସଠିକ ଭାବେ ସରକାର ଚାଷୀଙ୍କୁ ସାର ଯୋଗାଇ ଦେଉନଥିବା ଅଭିଯୋଗ କରୁଥିବା ବେଳେ ଆସିଥିବା ସାରର ପରିମାଣଠାରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ । ଯାହା ଫଳରେ ଏହି ସାର ବିତରଣକୁ ନେଇ ସମିତି ସମୁଖରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏପରିକି ଚାଷୀ ଚାଷୀଙ୍କ ମଧ୍ୟରେ ଉଚ୍ଚବାଚ ଓ ହାତାହାତି ହେବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏକ ପ୍ରକାର ଅଣାୟତ ହୋଇଥିଲା । ଶେଷରେ ବାଧ୍ୟ ହୋଇ ସାର ବିକ୍ରି ବନ୍ଦ କରା ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *