ଛେଣ୍ଡିପଦା – ବାଃ ବାଃ ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଡାକ୍ତର ନାହିଁ କି ନର୍ସ ନାହିଁ ସଫେଇ କର୍ମଚାରୀ ଦେଉଛନ୍ତି ସାଲାଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ।

ସୂଚନା ଅନୁସାରେ ବାଗଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗତ କାଲି ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ବାଗଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେଠାରେ ଥିବା ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ କିଛି ଔଷଧ ଓ ସାଲାଇନ ଲେଖିଥିଲେ । ସେ ଚିଠା ନେଇ ୱାର୍ଡକୁ ଯିବା ପରେ ସେଠାରେ କୌଣସି ନର୍ସ ନଥିବାରୁ ତାଙ୍କ ଚିଠା ଜଣେ ସଫେଇ କର୍ମଚାରୀ ରଖି ବେଡ଼ରେ ଶୋଇବାକୁ କହିଥିଲେ । ବେଡ଼ରେ ମହିଳା ଜଣଙ୍କ ଶୋଇବା ପରେ ସେହି ସଫେଇ କର୍ମଚାରୀ ହିଁ ତାଙ୍କୁ ସାଲାଇନ ଦେଇଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ପରେ ମେଡ଼ିକାଲ କର୍ମଚାରୀ ମାନଙ୍କ ଅବହେଳା ନେଇ ଚର୍ଚ୍ଚା ହେଉଥିବା ବେଳେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏ ଖବର ଆମ ହସ୍ତଗତ ହେବା ପରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଏ ସମ୍ପର୍କରେ ପଚାରିଥିଲୁ । ତାଙ୍କ କହିବା କଥା ଏ କାଠ ତାଙ୍କ ନଜରକୁ ଆସି ନଥିଲା । ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।