ଖେଳ ଓ ଖେଳାଳି ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ Angul OnlineOctober 15, 2021October 15, 2021 ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ତେଲକୋଇ ଓ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ତେଲକୋଇ ଦଳ ନିର୍ଦ୍ଧାରିତ ୮ ଓଭରରେ ୧୨୧ ରନ ସଂଗ୍ରହ କରିଥିବା ବେଳେ ଏହି ଲକ୍ଷ୍ୟ ନେଇ ଦେବଗଡ଼ ଦଳ ଖେଳିବାକୁ ଯାଇ ୮ ଓଭରରେ ୮ ଜଣ ବ୍ୟାଟସମ୍ୟାନଙ୍କୁ ହରାଇ ମାତ୍ର ୪୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ତେଲକୋଇ ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱରର କମାଣ୍ଡୋ ୧୧ ଦଳ ସହ ଫାଇନାଲ ମ୍ୟାଚ ଖେଳିବ । ଶିମିଳିପଡାର ମହିମା ନେହେରୁ କ୍ଳବ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ବେଳେ ଆଜିର ସେମିଫାଇନାଲ ମ୍ୟାଚ ବେଳେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲୀପ କୁମାର ସାହୁ ଏବଂ ସମ୍ପାଦକ ଶ୍ରୀ ସୋମନାଥ ରାଉତ ଯୋଗଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । Advertisement
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…
ମା’ ଖୁମ୍ବେଶ୍ୱରୀ ଓ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ଅନୁଗୁଳ – ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗାଁ ଖେଳ ପଡ଼ିଆଠାରେ ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେଇଯାଇଛି । ଏଥିରେ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…