ଆଞ୍ଚଳିକ ଘରୋଇ ବିଦ୍ୟାଳୟ ବିରୋଧରେ ଦାବିପତ୍ର Angul OnlineJuly 16, 2021July 16, 2021 ଅନୁଗୁଳ – ଓଡିଶା ଅଭିବକ ମହାସଂଘ ଅନଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସଂଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ସହ ଆଲୋଚନା କରିବା ସହ କୋଭିଡ ମହାମାରୀ ସମୟରେ ଘରୋଇ ବିଦ୍ୟାଳୟ କରୁଥିବା ଶୋଷଣ ଓ ଅନ୍ୟାୟ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ଅଭିବାବକ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ନିଆଯାଇଛି । ଆଗାମୀ ଦୁଇସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଟାନ ଗ୍ରହଣ ନକରା ଗଲେ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ମହାସଂଘ ଚେତାବନୀ ଦେଇଛନ୍ତି । କୋଭିଡ଼ ମହାମାରୀ ସମୟରେ ଟ୍ୟୁସନ ଫି ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି ୨୦୧୯-୨୦ ପାଇଁ ଛାଡ କରିବା ସହିତ ୨୦୨୦-୨୧ରେ ପରବର୍ତ୍ତୀ ଫି ବୃଦ୍ଧି ନ କରିବା ପାଇଁ ଅଭିବାବକ ସଂଘ ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟ ଅଭିଭାବକ ମହାସଂଘ ସପକ୍ଷରେ ରାୟ ଦେଇ ୧୫ ପ୍ରତିଶତ ଟିଉସନ ଫି ଛାଡ କରିବା ପାଇଁ କହିଥିଲେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି କରୁଥିବାରୁ ଅଭିବାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ପରିତାପର ବିଷୟ ଯେ, ମହାରତ୍ନ ପ୍ରାପ୍ତ କମ୍ପାନୀ ଏମ.ସି.ଏଲ ,ଏନଟିପିସି, ନାଲକୋ ଭଳି ନବରତ୍ନ କମ୍ପାନୀର ନିଜସ୍ଵ ବିଦ୍ୟାଳୟ ରହିଛି । ଯାହାର ସମସ୍ତ ରକ୍ଷଣବେକ୍ଷଣା ଦାଇତ୍ୱ କମ୍ପାନୀ ବହନ କରୁଥିବା ବେଳେ ଏଠି ଅଣଓଡ଼ିଆ ସ୍କୁଲ ଅଧ୍ୟକ୍ଷ ନିଜର ମନମୁଖୀ ଶାସନ ଚଳାଉ ଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଏହି ଦାବି କାର୍ଯ୍ୟକାରି ନହେଲେ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଏହି ଘଟଣାର ଅନୁଧ୍ୟାନ କରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । Advertisement
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…
ଦୁର୍ଘଟଣାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା । ବାଇକ ଏବଂ ଟ୍ରଲର ଧକ୍କା ହେବା…
ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ଆମ୍ଭ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ୧୯୮୨ ମସିହାରୁ ସ୍ଥାପିତ ହୋଇଥିଲା ।…