ରାଜନୀତି କଂଗ୍ରେସରେ କଉଠି କିଏ ହେବ ପ୍ରାର୍ଥୀ ତାକୁ ନେଇ ସରୁନି ଦ୍ଵନ୍ଦ Angul OnlineApril 8, 2024April 8, 2024 ଅନୁଗୁଳ – ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି । ବିଜେପି ମଧ୍ୟ ଏହି ଦୌଡରେ ଆଗରେ ରହି ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି । ହେଲେ କଂଗ୍ରେସର ହିସାବ ଏ ପର୍ଯ୍ୟନ୍ତ ଛିଣ୍ଡାଇ ପାରିନି । ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବାବେଳେ ଆଶାୟୀ ନେତାମାନେ ସଂଗଠନ ସଜାଡ଼ିବା ପରିବର୍ତ୍ତେ ଲବି କରିବାରେ ଲାଗିପଡ଼ିଛନ୍ତି । ଏହା କଂଗ୍ରେସ ସଂଗଠନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଅନୁଗୁଳ ଆସନ ପାଇଁ ସବୁଠାରୁ ଅଧିକ ଦାବିଦାର ରହିଥିଲାବେଳେ ଦଳ କାହାକୁ ଟିକେଟ ଦେଉଛି, ତା’କୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି । ପିସିସି କାର୍ଯ୍ୟକାରିଣୀ ସଭ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ରାଜ୍ୟ ଓବିସି ସେଲ ଉପସଭାପତି ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ ସ୍ବାଇଁ, ବରିଷ୍ଠ ନେତା ଜୟନ୍ତ କୁମାର ସାହୁ, ପ୍ରମୁଖ ଟିକେଟ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନେତା ଭୁବନେଶ୍ବରରେ ଡେରା ପକାଇ ନିଜ ସପକ୍ଷରେ ଲବି ଚଳାଇଛନ୍ତି । ଅମ୍ବିକା ଭଟ୍ଟଙ୍କ ପଛରେ ଜିଲ୍ଲା ସଭାପତିଙ୍କ ସମର୍ଥନ ରହିଥିବା କୁହାଯାଉଥିଲାବେଳେ ଅନୁଗୁଳ ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ଥିବା ଜିତେନ୍ଦ୍ର କୁମାର ସାହୁଙ୍କର ରାଜ୍ୟ ନେତୃତ୍ବଙ୍କ ସହ ଭଲ ସଂପର୍କ ଥିବାରୁ ସେ ଆଶାବାଦୀ ଅଛନ୍ତି । ଏପଟେ ଜୟନ୍ତ ସାହୁ ଦୀର୍ଘକାଳ ଧରି ସଂଗଠନରେ ଥିବାରୁ ଏବଂ ରାଜ୍ୟସ୍ତରୀୟ କିଛି ନେତା ତାଙ୍କୁ ସମର୍ଥନ କରୁଥିବାରୁ ସେ ଟିକେଟ ପାଉଥିବା ତାଙ୍କ ସମର୍ଥକ କହୁଛନ୍ତି ।ପ୍ରବୋଧ ସ୍ବାଇଁ ଓବିସି ମୋର୍ଚ୍ଚା ମାଧ୍ୟମରେ ନିଜସ୍ବ ସଂଗଠନ ବଢ଼ାଉଥିବାବେଳେ ତାଙ୍କୁ ଜିଲ୍ଲାର କିଛି ବରିଷ୍ଠ ନେତା ସମର୍ଥନ କରୁଛନ୍ତି । କେବଳ ଅନୁଗୁଳ ବିଧାନସଭା ଆସନ ନୁହେଁ, ତାଳଚେର, ପାଳଲହଡ଼ା ଓ ଛେଣ୍ଡିପଦା ଆସନରେ କଂଗ୍ରେସ ଟିକେଟକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଆଠମଲ୍ଲିକ ଆସନରେ ଦଳ ପୂର୍ବତନ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆଙ୍କୁ ପୁଣି ଟିକେଟ ଦେବା ନିଶ୍ଚିତ ଜଣାପଡ଼ୁଥିଲାବେଳେ ଅନ୍ୟ ଆସନଗୁଡ଼ିକ ଝୁଲା ଅବସ୍ଥାରେ ରହିଛି । ଛେଣ୍ଡିପଦାରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଗୋବିନ୍ଦ ନାଏକ ସବୁଠାରୁ ଆଗରେ ଥିବା ବେଳେ ସଙ୍ଗଠନ କରିବାରେ ଲାଗି ପଡିଛନ୍ତି । ସେପଟେ ତାଳଚେର ଆଉ ପାଳଲହଡାରେ ସ୍ଥିତି ମଧ୍ୟ ସମାନ । ଏହା କଂଗ୍ରେସର କର୍ମୀଙ୍କ ମନୋବଳ ଭାଙ୍ଗି ଦେଉଛି । ବିଜେଡି ଓ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇ ପଡ଼ିଥିଲାବେଳେ କଂଗ୍ରେସ ତୁରନ୍ତ ଘର ନ ସଜାଡ଼ିଲେ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି । Advertisement
୨୦୨୪ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡିଲା ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ – ସାଧାରଣ ନିର୍ବାଚନ – ୨୦୨୪ରେ ଆମ୍ ଆଦ୍ମୀ ପାର୍ଟି ( ଆପ୍ ) ଓଡ଼ିଶାର ସମସ୍ତ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ନିର୍ବାଚନରେ…
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…
ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର…