ରାଜନୀତି ବିଜେପିରେ ଯୋଗ ଦେଲେ ଦୂର୍ଗା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ ବିଜେଡି ଦଳ ଇସ୍ତଫା ଦେଇଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ ବିଜେଡିରେ ସେ କୋଣଠେସା ହୋଇଥିଲେ । ଏଥିପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦାନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୂର୍ଗାଙ୍କ ବିଜେପିରେ ଯୋଗଦାନ ପରେ ଅନୁଗୁଳ ବ୍ଲକରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ନିର୍ବାଚନ ଶୁଭଂକର ହେବ ବୋଲି ଆଶା କରା ଯାଉଛି । Advertisement
ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ…
ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଗର୍ଜିଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ହେଉଥିବା ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ…
ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ – ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି…