ରାଜନୀତି ସହରବାସୀଙ୍କୁ କ୍ଷମା ନ ମାଗିଲେ କାଳିମାଡ – ନଗର କଂଗ୍ରେସ Angul OnlineDecember 3, 2021December 3, 2021 ଅନୁଗୁଳ – ଅନୁଗୁଳ ପୌର ପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଅନୁଗୁଳ ନଗର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରା ଯାଇଛି । ନଗର କଂଗ୍ରେସ ସଭାପତି ସୁଦିପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ପ୍ରଶାସନ ବିରୁଦ୍ଧରେ ପୋଷ୍ଟ କରିଥିବା ଯୁବ ସାମ୍ବାଦିକଙ୍କ ଉପରେ ପୌର ନିର୍ବାହୀ ଅଧିକାରୀ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ନିର୍ବାହୀ ଅଧିକାରୀ ଯେଉଁଭଳି ଆଚରଣ କରିଛନ୍ତି ତାହା ଜଣେ ଗୁଣ୍ଡାର ଆଚରଣ ଭଳିଆ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନଗର କଂଗ୍ରେସ ଦୃଢ ନିନ୍ଦା କରିଛି । ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ସମାଧାନ କରିବା ବଦଳରେ ଆକ୍ରୋଶ ଭାବରେ ସମ୍ବାଦିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ସ୍ୱର ଦବେଇ ଦବା ପାଇଁ ଉଦ୍ୟମକୁ ପ୍ରଶାସନ ବନ୍ଦ କରନ୍ତୁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ପୌର ପ୍ରଶାସନ ସହରର ଅଳିଆ ଆବର୍ଜନାକୁ ସଫା କରିବା, ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା, ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ଛିଞ୍ଚିବା ଆଦି ମୁଖ୍ୟ କାମ । କିନ୍ତୁ ଏହା ଫେଲ ମାରିଛି ବୋଲି ଅଭିଯୋଗ ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସହରବାସୀଙ୍କୁ କ୍ଷମା ମାଗନ୍ତୁ । ନିଚେତ ଅନୁଗୁଳ ନଗର କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ କାଳିମାଡ କରିବା ସହିତ ପୌରପାଳିକା କାର୍ଯ୍ୟଳୟକୁ ଧସେଇ ପଶିବା ସହ ଦରକାର ପଡ଼ିଲେ ଅନୁଗୁଳ ସହର ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦିଆଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାକେଶ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, କାଶିଦା ଖାନ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…
ଦେଢ଼ ବର୍ଷର ରିପୋର୍ଟ କାର୍ଡ ଦେଲେ ବିଧାୟକ ପ୍ରତାପ ପ୍ରଧାନ ଅନୁଗୁଳ – ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି…