ରାଜନୀତି ସହରବାସୀଙ୍କୁ କ୍ଷମା ନ ମାଗିଲେ କାଳିମାଡ – ନଗର କଂଗ୍ରେସ Angul OnlineDecember 3, 2021December 3, 2021 ଅନୁଗୁଳ – ଅନୁଗୁଳ ପୌର ପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଅନୁଗୁଳ ନଗର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରା ଯାଇଛି । ନଗର କଂଗ୍ରେସ ସଭାପତି ସୁଦିପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ପ୍ରଶାସନ ବିରୁଦ୍ଧରେ ପୋଷ୍ଟ କରିଥିବା ଯୁବ ସାମ୍ବାଦିକଙ୍କ ଉପରେ ପୌର ନିର୍ବାହୀ ଅଧିକାରୀ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ନିର୍ବାହୀ ଅଧିକାରୀ ଯେଉଁଭଳି ଆଚରଣ କରିଛନ୍ତି ତାହା ଜଣେ ଗୁଣ୍ଡାର ଆଚରଣ ଭଳିଆ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନଗର କଂଗ୍ରେସ ଦୃଢ ନିନ୍ଦା କରିଛି । ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ସମାଧାନ କରିବା ବଦଳରେ ଆକ୍ରୋଶ ଭାବରେ ସମ୍ବାଦିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ସ୍ୱର ଦବେଇ ଦବା ପାଇଁ ଉଦ୍ୟମକୁ ପ୍ରଶାସନ ବନ୍ଦ କରନ୍ତୁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ପୌର ପ୍ରଶାସନ ସହରର ଅଳିଆ ଆବର୍ଜନାକୁ ସଫା କରିବା, ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା, ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ଛିଞ୍ଚିବା ଆଦି ମୁଖ୍ୟ କାମ । କିନ୍ତୁ ଏହା ଫେଲ ମାରିଛି ବୋଲି ଅଭିଯୋଗ ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସହରବାସୀଙ୍କୁ କ୍ଷମା ମାଗନ୍ତୁ । ନିଚେତ ଅନୁଗୁଳ ନଗର କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ କାଳିମାଡ କରିବା ସହିତ ପୌରପାଳିକା କାର୍ଯ୍ୟଳୟକୁ ଧସେଇ ପଶିବା ସହ ଦରକାର ପଡ଼ିଲେ ଅନୁଗୁଳ ସହର ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦିଆଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାକେଶ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, କାଶିଦା ଖାନ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବଦଳିଲେ ସଭାପତି , ଥମିଲା ନାହିଁ ଗୋଷ୍ଠି କନ୍ଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସକୁ ପୁରୁଣା ରୋଗ , ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳର ସ୍ଥିତି ବିଗିଡି ସାରିଥିବା ସତ୍ୱେ କଙ୍କଡା ନୀତିରେ ଏବେ…
ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର…
ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ଟାମଡା ଅଧ୍ୟକ୍ଷ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ଅବନିକାନ୍ତ ସାହୁଙ୍କୁ ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ପଦ ମିଳିଛି…