ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ Angul OnlineDecember 4, 2021December 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରୁ ଜଣେ ଜରାସିଂହା ଗାଁ ସୌମ୍ୟ ସାହୁ ଓ ଅନ୍ୟ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଗାଡିରେ ୪ ଜଣ ବସିଥିବା ବେଳେ ଟାଙ୍ଗିରୀ ଗାଁ ର ଚିନ୍ମୟ ସାହୁକୁ ନିଶା ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରୀତ କରା ଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…
୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ ଅନୁଗୁଳ – ୧୮ ତାରିଖ ସ୍ୱାଧୀନତା ଦିବସ । ଏଭଳି ଲେଖି ନିମନ୍ତ୍ରଣ କଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି…
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…