ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ Angul OnlineDecember 4, 2021December 4, 2021 ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ ଅନୁଗୁଳ – ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରୁ ଜଣେ ଜରାସିଂହା ଗାଁ ସୌମ୍ୟ ସାହୁ ଓ ଅନ୍ୟ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଗାଡିରେ ୪ ଜଣ ବସିଥିବା ବେଳେ ଟାଙ୍ଗିରୀ ଗାଁ ର ଚିନ୍ମୟ ସାହୁକୁ ନିଶା ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କାରୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରୀତ କରା ଯାଇଛି । ଏହି ଦୁର୍ଘଟଣାର ଲାଇଭ ଭିଡିଓ ଏବେ ଦେଖିବାକୁ ମିଳିଛି । କିଭଳି ଉଭୟ ଗାଡି ଦ୍ରୁତ ଗାଟିରେ ମୁହାଁମୁହିଁ ଧକ୍କା ହେଉଛନ୍ତି । Advertisement
ଜାତୀୟ ପତାକାକୁ ଅସମ୍ମାନ – ଛିଣ୍ଡା ପତାକା ବନ୍ଧା ହୋଇଛି ଖୁଣ୍ଟରେ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ଠାରେ ଲାଗିଥିବା ବିଶାଳ ଜାତୀୟ ପତାକାକୁ ଅସମ୍ମାନ । ଜାତୀୟ ପତାକା ଛିଣ୍ଡା ଅବସ୍ଥାରେ ଥିବା ବେଳେ ଖୁଣ୍ଟର ତଳ…
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…
ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତେଲିସିଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଘରେ ରଶି ଲଗାଇ…