ମୁଖ୍ୟ ଖବର ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ Angul OnlineJanuary 20, 2022January 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଜେ.ଏମ.ଏଫ.ସି ଛେଣ୍ଡିପଦା କାର୍ଯ୍ୟାଳୟର ଚାରି ଜଣ କର୍ମଚାରିଙ୍କୁ କୋଭିଡ ୧୯ ପଜିଟିଭ ଚିହ୍ନଟ ହୋଇ ଥିବାରୁ ଜେ.ଏମ.ଏଫ.ସି କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୭ ତା ୨୦ , ୦୧ , ୨୦୨୨ ମୁତାବକ ଜେ.ଏମ.ଏଫ.ସି କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ପରିସର କଣ୍ଟେନେମେଣ୍ଟ ଜୋନ ଭାବେ ରହିବ । ୨୧.୦୧.୨୦୨୨ ଅପରାହ୍ନରୁ ତା ୨୮.୦୧.୨୦୨୨ ପର୍ଯ୍ୟନ୍ତ ନିସିଦ୍ଧାଞ୍ଚଳ ଘୋଷଣା କରାଗଲା । ଏ ନେଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଜରୁରୀ ବିଜ୍ଞାପନ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନେମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ତହସିଲଦାର ପ୍ରକାଶ କରିଛନ୍ତି । Advertisement
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…
ବୋମା ଧରି ଭାଇକୁ ଆକ୍ରମଣ ବେଳେ ନିଜ ହାତରେ ଫୁଟିଗଲା – ପୁଅ ମୃତ, ବାପା ଗୁରୁତର କଣିହାଁ – ଭାଇ-ଭାଇ ଭିତରେ କଳହ ବେଳେ ବୋମା ଧରି ଗୋଡ଼ାଉ ଥିଲେ । ଏତିକି ବେଳେ ନିଜ ହାତରେ ଫୁଟିଗଲା ବୋମା । ଯାହା ଫଳରେ…
ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି ।…